ବିଭାଗ ଓ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୮/୦୯/୧୯): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଦ୍ବାଦଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥ ଭାବରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବିଶ୍ୱାଳ (ପାନ୍ତ ନିରୀକ୍ଷକ, ଶିକ୍ଷାବିକାଶ ସମିତି, ଓଡିଶା), ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପୂଜାରୀ (ପ୍ରାନ୍ତ ବିଜ୍ଞାନ ପମୁଖ), ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ(ସମ୍ଭାଗ ଗଣିତ ପ୍ରମୁଖ), ଶ୍ରୀଯୁକ୍ତ ସୁଶିଳ କୁମାର ଅଗ୍ରୱାଲ (ପୂର୍ବତନ ଛାତ୍ର ସଂସଦ ଉପଦେଷ୍ଟା ସଭ୍ୟ) ପ୍ରମୁଖ ଅତିଥୁ ବୃନ୍ଦ ମଂଚାସୀନ ଥିଲେ । ଶ୍ରୀଯୁକ୍ତ ଜୟକିଶୋର ପଣ୍ଡା (ବରଗଡ଼ ବିଭାଗ, ନିରୀକ୍ଷକ) କାର୍ଯ୍ୟକ୍ରମର ବୃତ୍ତ କଥନ କରିଥିଲେ । ରାଉରକେଲାରେ ହେବାକୁ ଥିବା ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳାକୁ ବିଜ୍ଞାନ ପ୍ରକଳ୍ପରେ ୬ଜଣ,ଗଣିତ ଚାର୍ଟ,ପତ୍ନବାଚନ,ଗାଣିତିକ ପ୍ରତିରୂପ,ଗଣିତ ଓ ବିଜ୍ଞାନ ପ୍ରୟୋଗ, ବୈଦିକ ଗଣିତ ପ୍ରଶ୍ନ ମଂଚ, ଗାଣିତିକ ପ୍ରତିରୂପ ଏହି ପରି ମୋଟ ୨୩ ଜଣ ଅଂଶ ଗ୍ରହଣ କରିବା ପାଇଁ ମନୋନିତ ହୋଇ ପୁରସ୍କୃତ ହୋଇଛନ୍ତି । ସଭା ଶେଷରେ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଗୁରୁଜି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋଟ ୧୬ଜଣ ପରିଚାଳକ ପରିଚାଳିକା, ୨୦୭ ଜଣ ସହ ଭାଗୀ ଶିଶୁ ଓ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରର ସମସ୍ତ ଗୁରୁଜୀ, ଗୁରୁମା ତଥା ସେବକ ସେବିକାମାନଙ୍କ
ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Comments are closed.