Friday, March 29, 2024

Top 5 This Week

Related Posts

ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ନବାଗତ ବି.ଟେକ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୨/୯) : ଆଜି ସ୍ଥାନୀୟ ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ନବାଗତ ବି.ଟେକ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶା ସରକାରଙ୍କ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ର ଅତିରିକ୍ତ ସଚିବ ତପନ କୁମାର ଶତପଥି ଯୋଗ ଦେଇ ସମାଜରେ ଜଣେ ପ୍ରକୃତ ମଣିଷ ହେବା ସଙ୍ଗେ ସଙ୍ଗେ ସମାଜ କଲ୍ୟାଣକାରୀ କାର୍ଯ୍ୟ କରିବା ସହ ଅନ୍ତର୍ନିହିତ ଗୁଣ ର ବିକାଶ ନିମନ୍ତେ ଉପଦେଶ ଦେଇଥିଲେ । ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବିଶ୍ୱ ବିଦ୍ୟାଳୟର ପ୍ରଥମ ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ।

ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜେ ଉଚ୍ଚ ସ୍ୱପ୍ନ ଦେଖିବା ଏବଂ ତାହାକୁ ସାକାର କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ର ଗ୍ରହଣ ଓ ଏହି ଜ୍ଞାନ କୌଶଳକୁ ଗ୍ରାମାଞ୍ଚଳରେ ପ୍ରୟୋଗ କରିବାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।

ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ଉପଯୁକ୍ତ ଡିଗ୍ରୀ ହାସଲ କରିବା ସହ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । କୁଳପତି ଡ଼ଃ ଗୌତମ ଘୋଷ ଯୋଗଦେଇ ବିଭିନ୍ନ ବିଷୟରେ ବିକାଶ ଓ ଲକ୍ଷ୍ୟ ସାଧନ ପାଇଁ ଉତ୍ସାହିତ କହିଥିଲେ । ରେଜିଷ୍ଟ୍ରାର ଡ଼ଃ ଏନ ଭି. ଜଗନ୍ନାଧ ରାଓ ଯୋଗଦେଇ ବିଶ୍ୱବିଦ୍ୟାଳୟ ର ଗତ ୨୫ ବର୍ଷ ର ବିଭିନ୍ନ ସଫଳତା, ଆନୁସଙ୍ଗିକ ବ୍ୟବସ୍ଥା ସହ ଶୃଙ୍ଖଳା ବିଷୟରେ ଆଲୋକପାତ କରିଥିଲେ ।

ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ଼ଃ ଏ.ବି. ଶ୍ରୀନିବାସ ରାଓ ଯୋଗଦେଇ ଅନୁଷ୍ଠାନ ର ବିଭିନ୍ନ ସୁବିଧା ର ସଦୁପଯୋଗ କରି ନିଜର ବିକାଶ ସହ ଅନୁଷ୍ଠାନର ଟେକ ରଖିବା ପାଇଁ କହିଥିଲେ । ବିଶ୍ୱବିଦ୍ୟାଳୟ ର ବିଭିନ୍ନ ବିଭାଗ ର ମୁଖ୍ୟ, ଡ଼ିନ ଓ କର୍ମକର୍ତ୍ତାଙ୍କୁ ଏହି ଅବସରରେ ପରିଚୟ କରାଯାଇଥିଲା ।

ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବେସିକ ସାଇନ୍ସ ର ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ବର୍ଷା ଦାସ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Popular Articles