ଆଇନ୍ ସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ

0
129
ଆଇନ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା-(୨୨/୦୯) : ଗୁରୁବାର ସକାଳ ଘ.୯.୦୦ ମି.ରେ ସ୍ଥାନୀୟ “Sahayog Institute of GNM Training College” ରାୟଗଡ଼ାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ “NALSA Scheme, Acid Attack, POCSO Act & Victim Compensation Scheme” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ଉପରେ ଆଲୋଚନା ହୋଇଥିଲା । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ନିବେଦିତା ପଣ୍ଡା, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଦ୍ଵିତୀୟ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀ ଚନ୍ଦନ କୁମାର ଦେହୁରୀ, ଫ୍ରଣ୍ଟ ଅଫିସ ରିଟେନର ରଜତ ରଞ୍ଜନ ଖଟୁଆ, ଡକ୍ଟର ମମତା ସାହୁ, ସହାୟଯୋଗ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ଡାଇରେକ୍ଟର ଶ୍ରୀମତି ରଞ୍ଜିତା ରାଣୀ ସାବତ ଙ୍କ ସମେତ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ଛାତ୍ରଛାତ୍ରୀ ଓ କର୍ମଚାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ପି.ଏଲ୍.ଭି. ପ୍ରମୁଖ ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଓ ପି.ଏଲ୍.ଭି. ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତା ର ସହିତ ଶେଷ ହୋଇଛି ।