ସାତ ଦିନ ହେଲା ଟଙ୍କା ନାହିଁ ଏଟିଏମରେ, ଲୋକ ହଇରାଣ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମଟାପୁଟ(୧୦/୦୯): ସାତ ଦିନ ହେଲା ଏସଵିଆଇ ଏଟୀଏମରେ ଟଙ୍କା ନାହିଁ, ଏଭଳି ସମସ୍ୟା ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ସଦର ମହକୁମାଠାରେ | ଦୀର୍ଘ ସାତ ରୁ ଆଠ ଦିନ ହେଲାଣି ଲମତାପୁଟ ସଦର ମହକୁମା ଥିବା ଏସବିଆଇ ଏଟିଏମରେ ଟଙ୍କା ନାହିଁ |

ଲମତାପୁଟ ବ୍ଲକ ଅଂଚଳ ବାସିନ୍ଦା ଲମତାପୁଟ ସହରକୁ ସମସ୍ତେ ଦୈନନ୍ଦିନ କାର୍ଯ୍ୟ ପାଇଁ ଆସନ୍ତି ଓ ଏଠାରେ ଥିବା ଏଟିଏମ ଉପରେ ନିର୍ଭର କରନ୍ତି ଓ ୧୮ କିଲୋମିଟର ଦୂରରେ ମାଛକୁଣ୍ଡ ଡୁଡୁମା ଜଳପ୍ରପାତ ତେଣୁ ଏଣୁ କିଛି କିଛି ପର୍ଯ୍ୟଟକ ମାନେ ବି ଆସିଥାନ୍ତି ଓ ନିରାଶାରେ ଫେରିଯାଆନ୍ତି | କିନ୍ତୁ ଏଠାରେ ଏ ସମସ୍ୟା ବହୁଦିନରୁ ଲାଗିରହିଛି | ମାସର ଅଧା ଦିନ ଖାଲି ରହୁଛି ଏଟିଏମ | ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସରକାର ଏପଟେ କ୍ୟାସଲେସ କରିବାକୁ ଚାହୁଁଛନ୍ତି କିନ୍ତୁ ଏଟିଏମରେ ଟଙ୍କା ରହୁନି | ବର୍ତମାନ ଏଟିଏମ ର ଉପଯୋଗୀ ସମସ୍ତେ ବ୍ୟବହାର କରିବା ଠାରୁ ଲୋକେ ବ୍ୟାଙ୍କ ନ ଯାଇ ସମସ୍ତେ ଏଟିଏମକୁ ନିର୍ଭର କରିଥାଆନ୍ତି ତେଣୁ ଗ୍ରାହକ ମାନଙ୍କ ଅସନ୍ତୋଶୋ ବଢୁଛି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉନାହିଁ | ତୁରନ୍ତ ଏହାର ସମାଧାନ କରିବାକୁ ଜଣାଇଛନ୍ତି |

Comments are closed.