Related Contents

ଝରିଗାଁ ସାପ୍ତାହିକ ହାଟର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୧୦/୦୯): ସରକାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଗୋଟିଏ ସର୍ବସାଧାରଣ ସ୍ଥାନରେ ଏପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସରକାରୀ ଯୋଜନା ଲକ୍ଷ୍ୟ ହୀନ ବୋଲି ଜଣାପଡ଼ୁଛି ।

ହାଟ ବଜାରକୁ ନିୟନ୍ତ୍ରିତ କରିବା ଏବଂ ହାଟ ବଜାରରେ ସ୍ଵଛତା ରଖିବା ପାଇଁ ନିଜେ ପଞ୍ଚାୟତ ଦାୟିତ୍ୱ ନେଇ ଜଣକୁ ନିଲାମ ଆକାରରେ ଦେଇଛନ୍ତି । ହେଲେ ଝରିଗାଁ ସାପ୍ତାହିକ ହାଟର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଯେଉଁ ଆଡେ ଦେଖିଲେ ଖାଲି କୁଢ଼ କୁଢ଼ ଆବର୍ଜନା ସହ କାଦୁଅ ପଚ ପଚ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୨୩ଗୋଟି ପଞ୍ଚାୟତକୁ ନେଇ ଗଠିତ । ପ୍ରତି ସପ୍ତାହରେ ଥରେ ଶନିବାର ଦିନ ହାଟ ବସେ । ବିଭିନ୍ନ ପଞ୍ଚାୟତର ଆଦିବାସୀ ଲୋକେ ଉଭୟ ବେପାରୀ ଏବଂ ଗ୍ରାହକ ଏହି ହାଟ ଉପରେ ନିର୍ଭର କରିଥାନ୍ତି । ଏହି ହାଟରେ ବିଭିନ୍ନ ପନିପରିବା ଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ, ମାଟି ତିଆରି ସାମଗ୍ରୀ ,ଲୁହା ସାମଗ୍ରୀ ,ଆଦିବାସୀ ଅଳଙ୍କାର ଭଳି ଅନେକ ଜିନିଷ ବିକ୍ରି ହୁଏ । ଏଭଳି ପରିସ୍ଥିତିରେ ହାଟ ପରିସରରେ ଏବଂ ହାଟ ଭିତରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଚାରିଆଡ଼େ କାଦୁଅମୟ । ଟିକେ ବର୍ଷା ହେଲେ ଖାଲ ଯାଗାରେ ପାଣି ରହି ମଶା ମାଛିଙ୍କ ପ୍ରାଦୁର୍ଭାବ ଯୋଗୁଁ ବେପାରୀ ବସି ଜିନିଷ ବିକ୍ରି କରିବାରେ ଅସୁବିଧା ହେଉଛି । ଗ୍ରାହକ ବି ଏଭଳି ପରିସ୍ଥିତି ଯୋଗୁଁ ହାଟ ଭିତରକୁ ପ୍ରବେଶ କରିବାକୁ ଇଛା ପ୍ରକାଶ କରୁନାହାନ୍ତି । ଫଳରେ ବେପାର ମାନ୍ଦା ପଡିଯିବା କହିଛନ୍ତି ବେପାରୀ । ପ୍ରତି ବେପାରୀଙ୍କ ଦଶ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି ହେଲେ ହାଟର ପରିଛନ୍ନତା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ହାଟ ବେପାରୀ । ସେହିପରି ବେପାରୀଙ୍କ ବସିବା ପାଇଁ ହାଟ ପେଣ୍ଡି ବି ମିଳୁପାରୁ ନାହିଁ । ଫଳରେ ଛୋଟ ଛୋଟ ବେପାରୀ ନିରାଶ ହୋଇ ଫେରୁଛନ୍ତି । ହାଟ ପରିଷ୍କାର ପରିଚ୍ଛନ୍ନ ପାଇଁ ସ୍ଥାନୀୟ ଲୋକ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ସାପ୍ତାହିକ ହାଟର ସ୍ଵଛତା ଏତେ ବିପର୍ଯ୍ୟସ୍ତ ହୋଇପଡିଛି ଯେ ପରିବେଶ ଦୁର୍ଗନ୍ଧମୟ ସହ ହାଟ ସାରା କାଦୁଅମୟ । ଏହି ସମ୍ପର୍କରେ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ କେମରା ସାମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଥିଲେ । ଦେଖାଯାଉ ଝରିଗାଁ ସାପ୍ତାହିକ ହାଟକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପରିମଳ ବ୍ୟବସ୍ଥାରେ କେବେ ସୁଧାର ଆଣିବ ।

Leave a Reply

This site uses Akismet to reduce spam. Learn how your comment data is processed.