Related Contents

ଭରା ନଇରେ ପୁଣି ଖଟରେ ତିନି କିମି ବୁହା ହେଲେ ରୋଗୀ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୯/୦୯): ନଦୀ ଭିତରେ ପୁଣି ଖଟିଆରେ ବୁହା ହେଲେ ରୋଗି । ଏଭଳି ଦୃଶ୍ୟଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରୀବ୍ଳକ ଚୁଲିପଡା ଗ୍ରାମରେ । ଗ୍ରାମର ମହିଳା ରୁମେସି ଜାଗାରାଙ୍ଗାଙ୍କ ଦେହ ବହୁତ ଅସୁସ୍ଥ ହେବାରୁ ଖଟିଆରେ ନାଳପାର କରି ମେଡିକାଲକୁ ଆଣିଥିଲେ ପୁଅ ଏବଂ ସଂମ୍ପର୍କିୟ ଗ୍ରାମ ଲୋକେ ।

ରାୟଗଡା ଜିଲା ଗୁଡାରୀ ବ୍ଲକର ଦୁର୍ଗମ ଶିରୀଗୁଡା ପଞ୍ଚାୟତର ଗ୍ରାମର ଲୋକେ ଏବଂ ସଂମ୍ପର୍କିୟ ମାନେ ଚୁଲିପଡା ଗ୍ରାମରୁ ବିପଦପୁର୍ଣ ଅବସ୍ଥାରେ ନାଳ ପାର କରୁଛନ୍ତି ରୋଗିଙ୍କୁ । ଗ୍ରାମର ରୁମେସୀ ଜାଗାରାଙ୍ଗାଙ୍କ ଦେହ ବଡ ଅସୁସ୍ଥ ହେବାରୁ ଖଟିଆରେ ତିନି କିଲୋମିଟର ବୋହି ଆଣି ମେଡିକାଲରେ ପହଞ୍ଚିଥିଲେ । ଆମ୍ବୁଲେନ୍ସକୁ ଫୋନ କରିଥିଲେ ଡେରି ହେବାରୁ ଖଟିଆରେ ବୋହି ଆଣିଥିଲେ । ଆଉ ଏବେ ସେ ଗୁଡାରୀ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏପଟେ ଗ୍ରାମକୁ ରାସ୍ତା ନ ଥିବା ଏବଂ ମୋବାଇଲ ଟାୱାର ନ ବସିଥିବାରୁ ଆମ୍ବୁଲେନ୍ସ ସହ ମଧ୍ୟ ଯୋଗାଯୋଗ ହୋଇପାରିଲା ନାହିଁ । ବାରମ୍ବାର ମୋବାଇଲ ଟାଓ୍ବାର ବସାଇବା ଏବଂ ବଡପଙ୍କାଳ ନାଳଉପରେ ପକ୍କା ବ୍ରିଜ ପାଇଁ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କେହି ସୁଣୁନଥିବା ଅଭିଯୋଗ ହୋଇଛି । ଏବେ ଲଗାଣ ବର୍ଷାରେ ନାଳ ଫୁଲୁଥିଲେ ମଧ୍ୟ ଆମେ ଖଟିଆରେ ବୁହାହୋଇ ତିନିକିମି ଖଟିଆରେ ବୋହିଆଣିଲୁ ବୋଲି ରୋଗିଙ୍କ ସଂମ୍ପର୍କିୟ କହିଛନ୍ତି । ଆଉ ଆମ୍ବୁଲେନ୍ସ ନ ଆସିବାରୁ ପ୍ରଥମେ ଖଟିଆରେ ତିନିକିମି ପରେ ବାଇକରେ ୧୫ କିମି ବସାଇ ବହୁତ କଷ୍ଟରେ ଗୁଡାରୀ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ପହାଞ୍ଚାଇଲେ । ଆଉ ଏବେ ମହିଳା ଜଣକ ସୁସ୍ଥ ଥିବା ପରିବାର ତରଫରୁ କୁହାଯାଇଛି ।

Leave a Reply

This site uses Akismet to reduce spam. Learn how your comment data is processed.