ସୁବର୍ଣ୍ଣମେରୁ ମନ୍ଦିର ପରିସର କାଳୀ ମନ୍ଦିର ରୁ ଚୋରୀ : ପୁଲିସ ର ତଦନ୍ତ ଜାରୀ

0
125
ସୁବର୍ଣ୍ଣମେରୁ ମନ୍ଦିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୯) : ସୁବର୍ଣ୍ଣମେରୁ ମନ୍ଦିର ପରିସରେ ଥିବା ମାଁ କାଳୀ ଙ୍କ ନୂତନ ମନ୍ଦିର ରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।WhatsApp Image 2022 09 22 at 12.27.12 PM ସୁବର୍ଣ୍ଣମେରୁ ମନ୍ଦିର ପରିସର କାଳୀ ମନ୍ଦିର ରୁ ଚୋରୀ : ପୁଲିସ ର ତଦନ୍ତ ଜାରୀ

ଗତ ମଙ୍ଗଳବାର ରାତିରେ କିଛି ଦୁର୍ବୁର୍ତ୍ତ ସୁବର୍ଣ୍ଣମେରୁ ମନ୍ଦିର ପରିସରେ ଥିବା ମାଁ ଙ୍କ ଗଡ଼ରେଜ ଓ ଦାନ ବାକ୍ସ ଭାଙ୍ଗି ୪ ହଜାର ଟଙ୍କା, ଧାରୁଆ ଅସ୍ତ୍ର, କିଛି ଶାଢ଼ୀ, ଲୁଗା, ଘଣ୍ଟ, ଘଣ୍ଟି ଓ ପୂଜା ସାମଗ୍ରୀ ଚୋରି କରି ନେଇଥିବା ବିଷୟ ମନ୍ଦିର ର ପୂଜକ ସୁଶୀଳ ଡାଙ୍ଗୁଆ ସକାଳେ ସ୍ଥାନୀୟ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିବାରୁ ସୋନପୁର ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ପ୍ରାଥମିକ ସ୍ତରରେ ଅନୁସନ୍ଧାନ ଆରମ୍ଭ କରି ସହର ର ଜଣେ ସନ୍ଧିଗ୍ଧ ଯୁବକ କୁ ଥାନା କୁ ଆଣି ପଚରା ଉଚୁରା କରିଥିବା ଜଣାପଡିଛି ।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇ ଥିବାରୁ ସୁବର୍ଣ୍ଣପୁର ଏସପି ଙ୍କ ପରାମର୍ଶ କ୍ରମେ ବଲାଙ୍ଗୀର ଜିଲ୍ଲା ରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ଼ ର ସହଯୋଗ ନେଇ ଘଟଣା ସ୍ଥଳରେ ତନା ଘନା କରି ତଦନ୍ତ ଜାରୀ ରଖିଛି । ଆଗାମୀ ଦିନରେ ପୁଲିସ ଦେବା ଦେବୀ ଙ୍କ ମନ୍ଦିର କୁ କଡା ସୁରକ୍ଷା ଦେବାକୁ ଓ ଅସାମାଜିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରି ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସହରବାସୀ ଦୃଢ଼ ଦାବୀ କରୁଛନ୍ତି ।