ସିରୋଲ ଗ୍ରାମରେ ଝାଡାବାନ୍ତିରେ ଜଣେ ମୃତ, ୨୮ରୁ ଉର୍ଦ୍ଧ ଆକ୍ରାନ୍ତ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୯/୦୯): ମୁରିବାହାଲ ବ୍ଲକ ସିରୋଲ ଗ୍ରାମରେ ଝଡ଼ାବାନ୍ତିରେ ଜଣେ ମୃତ ଓ ୨୮ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ ୧୫ଜଣଙ୍କୁ ଟିଟିଲାଗଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି | ଆଉ କେତେ ଜଣଙ୍କୁ ବଲାଙ୍ଗୀର ଓ ବୁର୍ଲା ମେଡିକାଲ କଲେଜକୁ ରେଫେର କରାଯାଇଥିବା ସୂଚନା ମିଳିଛି |

ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ସଂଗ୍ରାମ କେଶରୀ ନାୟକ ଉପସ୍ଥିତ ରହିଥିବାବେଳେ ଏମଏଚୟୁ ଟିମ ୩ଭାଗରେ ବିଭକ୍ତ ହୋଇ ଘର ଘର ଯାଇ ଔଷଧ ଓ ଓଆରଏସ ବଣ୍ଟନ କରି ସଚେତନା ମଧ୍ୟ କରୁଛନ୍ତି | ସୂଚନା ଅନୁସାରେ ବଲାଙ୍ଗୀରରୁ ଗୋଟିଏ ଟିମ ଆସି ସେମାନେ ମଧ୍ୟ ଚିକତ୍ସା କରୁଥିବା ଜଣାପଡିଛି | ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଏମଏଚୟୁ ଟିମ ଡାକ୍ତର ମୌସମୀ ଲେଙ୍କା, ଡାକ୍ତର ରାଜେଶ ଅଗ୍ରୱାଲ, ଡାକ୍ତର ଅକ୍ଷ୍ୟ ପୁଟେଲ ,ଫାର୍ମାସିଷ୍ଟ ମକରଧ୍ବଜ ମେହେର, ସୁନୀଲ ଦାସ, ନୃପରାଜ ସାହୁ, ଅନନ୍ତ ପଧାନ, କୁନ୍ଦନ ଲାଲ ଭୋଇ, ରିତା ଛତ୍ରିଆ, ସତ୍ୟପ୍ରକାଶ ବିଶ୍ୱାଳ ସହ ଆଶାଦିଦି ପ୍ରମୁଖ ଉପସ୍ଥିତ ଥାଇ ଚିକିତ୍ସା କରୁଛନ୍ତି | ଡାକ୍ତର ନାୟକ ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା ପ୍ରକାଶ କରିଥିଲେ |

Comments are closed.