ଖମ୍ବେଶ୍ଵରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ

0
143
ଖମ୍ବେଶ୍ଵରୀପାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୯) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରା ତତ୍ତ୍ୱାବଧାରକ ମନୋଜ କୁମାର ସାହୁ ଙ୍କ ଖମ୍ବେଶ୍ଵରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି ।WhatsApp Image 2022 09 22 at 9.48.40 AM ଖମ୍ବେଶ୍ଵରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ

ଚଢ଼ାଉରେ ସମ୍ପୃକ୍ତ ବ୍ୟବସାୟ ର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମ ରୁ ୧୯ କେଜି ଓଜନ ବିଶିଷ୍ଟ ଫୁଲ ସିଲଡ଼ ୧୧୬ ଟି ଓ ବ୍ୟବହୃତ ବ୍ୟବସାୟୀକ ଖାଲି ୨୭୦ ଟି ସିଲିଣ୍ଡର କୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଖମ୍ବେଶ୍ଵରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମ ରୁ ଜବତ କରାଯାଇଛି । ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ତ୍ରିନାଥ ଭୋଇ ଓ ଶ୍ରୀମତୀ ପ୍ରଣତି ପୃଷ୍ଟି ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢ଼ାଉରେ ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ଵଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ସାମିଲ ରହିଥିଲେ । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।