ଜିଲ୍ଲା ଆଇନଜୀବୀ ସଂଘ ସଂପାଦକଙ୍କ ମାତୃ ବିୟୋଗ

ରିପୋର୍ଟ: ରବିଶଙ୍କର ମହାପାତ୍ର
ନବରଙ୍ଗପୁର(୦୭/୦୯): ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ଶ୍ରୀ ରାମପ୍ରସାଦ ପାତ୍ରଙ୍କ ମାତା ତଥା ଖ୍ୟାତନାମା ସାହିତ୍ୟିକ ଓ ସମାଜ ସଂସ୍କାରକ ସ୍ବର୍ଗତ ଭାଗୀରଥି ପାତ୍ରଙ୍କ ଧର୍ମପତ୍ନୀ ବିଜୟା କୁମାରୀ ପାତ୍ରଙ୍କର ଗୁରୁବାର ରାତ୍ରି ୨ ଘଣ୍ଟା ୧୫ ମିନିଟ୍ ସମୟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଗୁରୁବାର ମଧ୍ୟାହ୍ନରେ ହଠାତ୍ ସ୍ବାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ନବରଂଗପୁର ଜିଲ୍ଲା ମୂଖ୍ୟ ଚିକିସ୍ଛାଳୟ ଓ ପରେ ଡାକ୍ତରଂକ ନିର୍ଦେଶ କ୍ରମେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଇଥିଲା । କିନ୍ତୁ ରାତ୍ରୀ ୨ ଘଣ୍ଟ ୧୫ ମିନିଟ ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିଲା | ମୃତ୍ୟୁ ସମୟରେ ଦୁଇ ପୁତ୍ର ରାମପ୍ରସାଦ ପାତ୍ର,ସାନୁଜ ପାତ୍ର, ଦୁଇ ଝିଅ ସନ୍ଧ୍ୟାରାଣୀ ଓ ପଦ୍ମାଳୟା, ଭାଇ ସୁରେଶ ଚନ୍ଦ୍ର ମହାପାତ୍ର, ପୁତୁରା ରବିଶଂକର ମହାପାତ୍ର, ନାତୁଣୀ ବର୍ଷା ପ୍ରମୂଖ ଉପସ୍ଥିତ ଥିଲେ ।ମର ଶରୀର ନବରଙ୍ଗପୁର ନୂଆବନ୍ଧ ସାହି ସ୍ଥିତ ବାସଭବନରେ ପହଁଞ୍ଚିବା ପରେ ଶେଷ ଦର୍ଶନ ପାଇଁ ପୂର୍ବ ସାଂସଦ ପ୍ରଦୀପ ମାଝୀ,ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ଜିଲ୍ଲା ଆଇନ ଜୀବି ସଭାପତି ନରସିଂହ ତ୍ରିପାଠୀ,ଗଣେଶ ତ୍ରିପାଠୀଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ଆଇନଜୀବୀଙ୍କ ଭୀଡ ଲାଗିଥିଲା । ସେ ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଭାଗୀରଥି ପାତ୍ରଙ୍କ ଧର୍ମପତ୍ନୀ ଥିଲେ ତଥା ଧର୍ମପରାୟଣା ମହିଳା ଥିବାରୁ ସମସ୍ତ ମହଲରେ ଗଭୀର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା | ଶୁକ୍ରବାର ମଧ୍ୟାହ୍ନରେ ଇନ୍ଦ୍ରାବତୀ ନଦୀ ସଂଲଗ୍ନ ଶ୍ମସାନରେ ତାଙ୍କ ଦାହ ସଂସ୍କାର ସମ୍ପନ୍ନ ହୋଇଥିଲା |

Comments are closed.