ଗିରିଧାରୀ ଗମାଙ୍ଗଙ୍କ ମଠ ବ୍ରହ୍ମପୁର ଗୁମ୍ଫା ଓ ସିଦ୍ଧେଶ୍ଵର ମନ୍ଦିର ଦର୍ଶନ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୦୯/୦୯): ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠ ବ୍ରହ୍ମପୁର ଗସ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧାରୀ ଗମାଙ୍ଗ | ଶ୍ରୀ ଗମାଙ୍ଗଙ୍କ ଏହି ଦିନିକିଆ ଗସ୍ତରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ରହି ନଥିଲେ ମଧ୍ୟ ଅଚାନକ ଗସ୍ତକୁ ଖୁସି ଉପଲବ୍ଧି କରିଥିଲେ ଗ୍ରାମବାସୀ |

ପ୍ରଥମେ ଶାଳବଣ ଗ୍ରାମରେ ଥିବା ସିଦ୍ଧେଶ୍ଵର ମନ୍ଦିର ଦର୍ଶନ ପରେ ମଠ ବ୍ରହ୍ମପୁର ଠାରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ | ଗୁମ୍ଫେଶ୍ବର ଗୁମ୍ଫା ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି | ଏସମ୍ପର୍କରେ ପୂର୍ବରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନି | ଆଗରୁ ଏଠାକୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ଏବେ ମୁହଁ ଫେରାଉଛନ୍ତି | ଏହି ଗୁମ୍ଫାକୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଗ୍ରାମବାସୀ ଶ୍ରୀ ଗମାଙ୍ଗଙ୍କୁ ଏକ ଦରଖାସ୍ତ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି | ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପୁରାତନ ଗୁମ୍ଫା ଉପରେ ରିସର୍ଚ୍ଚ କରୁଥିବା ଏବଂ ବହୁ ସ୍ଥାନରେ ଥିବା ଗୁମ୍ଫା ଗୁଡିକୁ ପରିଦର୍ଶନ କରୁଥିବା ନେଇ ଶ୍ରୀ ଗମାଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Comments are closed.