Tuesday, March 19, 2024

Top 5 This Week

Related Posts

ଗାଈଗୋରୁ ଙ୍କ ଆଶ୍ରୟସ୍ଥଳ ପାଲଟିଛି ମୁଖ୍ୟ ସଡ଼କ

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା, (୨୨/୦୯) : ଜିଲ୍ଲା ଗୁଡ଼ାରୀ ସହର ମଧ୍ୟରେ ଦିନକୁ ଦିନ ବୁଲା ଗାଈଗୋରୁ ଙ୍କ ଦୌରାତ୍ମ ବଢ଼ି ବଢ଼ି ଚାଲିଥିଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ପରିଲକ୍ଷୀତ ହେଇଛି ।

ଗାଈଗୋରୁ ମାନେ ନିକଟସ୍ଥ ଚାଷ ଜମିରୁ ଚରି ଆସି ସନ୍ଧ୍ୟା ସମୟରେ ମୁଖ୍ୟ ସଡ଼କ ଉପରେ ନିଜର ଆଡ୍ଡା ଜମାଉଛନ୍ତି । ସନ୍ଧ୍ୟା ୫ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ସହର ମଧ୍ୟରେ ଭିଡ଼ ଜମି ରହୁଛି । ଉକ୍ତ ସମୟରେ ଛୋଟପିଲା, ଛାତ୍ରଛାତ୍ରୀ ଟ୍ୱିସନ୍ ଯିବା ଆସିବା ଓ ଅଞ୍ଚଳବାସୀଙ୍କ ଭିଡ଼ ଜମିରହୁଛି । ରାସ୍ତା ଉପରେ ଗାଈଗୋରୁ ବସି ରହିବା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି ଏବଂ ଗୋରୁଙ୍କ ଆକ୍ରୋଶ ର ଶିକାର ସାଧାରଣ ଜନତା ଭୋଗୁଛନ୍ତି । ଗ୍ରାହକ ମାନଙ୍କ ସାମଗ୍ରୀ ଛଡେଇ ଖାଇବା ଠାରୁ ଆରମ୍ଭ କରି ରାସ୍ତା ଉପରେ ଦୌଡ଼ା ଦୌଡ଼ି କରି ଯାନବାହାନ ଠେଲି ଦେଇ ନଷ୍ଟ କରିବା ମଧ୍ୟ ପରିଲକ୍ଷିତ ହେଉଛି । କିଛି ଲୋକ ଆହତ ହେବାର ମଧ୍ୟ ଦେଖାଯାଉଛି । ଡାକ୍ତରଖାନା ସାମ୍ନାରେ ମଧ୍ୟ ଗାଈଗୋରୁଙ୍କ ଭିଡ଼ ଯୋଗୁଁ ରୋଗୀ ମଧ୍ୟ ହନ୍ତସନ୍ତ ହଉଛନ୍ତି । ବିଶେଷ କରି ଏ.ଟି.ଏମ. ଛକ ରୁ ଆରମ୍ଭ କରି ବାଇପାସ୍ ଛକ, ଡାକ୍ତରଖାନା ସାମ୍ନା, ଗାନ୍ଧୀ ଛକ, ହନୁମାନ ମନ୍ଦିର ଛକ ଓ ସ୍ନାତକ ମହାବିଦ୍ୟାଳୟ ଛକରେ ବୁଲା ଗାଈଗୋରୁଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

ଗୋପାଳକ ମାନେ ଗାଈଗୋରୁଙ୍କ ଉପଯୁକ୍ତ ଯତ୍ନ ନ ନେଇ ସେମାନଙ୍କୁ ରାସ୍ତା ଉପରେ ଛାଡିଦେବ ଯୋଗୁଁ ବହୁ ଜନଜୀବନ ନଷ୍ଟ ହେଉଛି । ଏନ.ଏ.ସି. କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ଓ ଗାଈଗୋରୁଙ୍କୁ ମୁଖ୍ୟ ସଡ଼କ ଉପରକୁ ନ ଛାଡ଼ିବାପାଇଁ ସହରବାସୀ ଦାବି କରିଛନ୍ତି l

Popular Articles