ଛୁରୀ ଭୁଷି ଯୁବକଙ୍କୁ ହତ୍ୟା କଲେ ଅଜଣା ଦୁର୍ବୃତ୍ତ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୯/୦୯): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବୁଡେନ ଥାନା ଅନ୍ତର୍ଗତ ବିରିପାଲି ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମୃତ ଯୁବକ ଜଣକ(ପ୍ରମୋଦ ସାହୁ) ବରିପାଲି ସ୍ଥିତ ଦେଶୀ ମଦଭାଟିରେ କାମ କରୁଥିବା ତଥା ସେ ଝାରଖଣ୍ଡ ରାଜ୍ୟର ବୋଲି ପ୍ରାରମ୍ଭିକ ସୂତ୍ରରୁ ଜଣାପଡିଛି । ମୃତକଙ୍କ ଦେହର ବିଭିନ୍ନ ସ୍ଥାନରେ ଛୁରୀ ଭୁଷାଯାଇଥିବା ଚିହ୍ନ ଥିବା ଅନୁମାନ କରାଯାଉଛି । ତେବେ ଶବଟି ମଦଭାଟି ବାହାରେ ପଡିଥିବା ବେଳେ ହତ୍ୟା କିଏ ଓ କାହିଁକି କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବୁଡେନ ଥାନା ପୋଲିସ ଏକ ମାମଲା ରୁଜୁ କରି ଶବଟିକୁ ପଞ୍ଚନାମା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଛି ।

Comments are closed.