ଲୋକକଳା ବିକାଶ କେନ୍ଦ୍ର ତରଫରୁ ମନୋସାମାଜିକ କର୍ମଶାଳା ଅନୁଷ୍ଠିତ

0
142
ଲୋକକଳା ବିକାଶ କେନ୍ଦ୍ର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୦୯) : ଲୋକକଳା ବିକାଶ କେନ୍ଦ୍ର, ଓଏସିଆର, ପିକ୍ ଓଏସପିସିଆର, ଓଏସିପିଶି, ୟୁନିସେଫ୍ ର ମିଳିତ ଉଦ୍ୟମରେ ଆଜି ବୌଦ୍ଧ ର ହୋଟେଲ ଦି କଳିଙ୍ଗ ଠାରେ ଏକ ଶିଶୁ ସେବା ପ୍ରଦାନ କାରୀମାନଙ୍କୁ ନେଇ ଏକ ମନୋସାମାଜିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାକ୍ଷୀ ଗୋପାଳ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ, ବାଲ୍ୟ ବିବାହ ନିରୋଧ ଜିଲ୍ଲା ସଂଯୋଜିକା ଶ୍ରୀମତୀ ପ୍ରବିଜ୍ଞା ଦାସ, ଜେ.ଜେ.ବି. ରୁ ଶ୍ରୀଯୁକ୍ତ ରାଜୀବ ନାୟକ ଯୋଗଦେଇଥିଲେ । ସହଜକର୍ତ୍ତା ଭାବରେ ଓଏସିଆର ର ଶ୍ରୀମତୀ ଶୀତଲ ପଟ୍ଟନାୟକ, ଚିତ୍ତରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

ପ୍ରତିଭାଗୀ ଭାବରେ ଚାଇଲ୍ଡ ଲାଇନ୍, ସଖି, ଶିଶୁ ଯତ୍ନ ଅନୁଷ୍ଠାନ, ଡାକ୍ତରଖାନା ର ବିଭାଗୀୟ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ଜନପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ଅତିଥି ବୃନ୍ଦ ନିଜ ନିଜର ସମ୍ୟକ୍ ଭାବରେ କହିବା ପରେ ଶ୍ରୀମତୀ ଶୀତଲ ପଟ୍ଟନାୟକ କାଳାଂଶ ନେଇଥିଲେ । ଖେଳ ମାଧ୍ୟମରେ ପ୍ରଥମେ ଜଣେ ଶିଶୁ ର ପ୍ରବୃତ୍ତି ବିଷୟରେ ବୁଝାଇଥିଲେ ।

ପରେ ମଣିଷ ର ଉଦାସୀନତା କିପରି ଆସେ, ଉଦାସୀନତା ର କାରଣ କ’ଣ, ତା’ର ପରବର୍ତ୍ତୀ ଅବସ୍ଥା ବିଷୟରେ ପିପିଟି ମାଧ୍ୟମରେ ବୁଝାଇଥିଲେ । ମାନସିକ ସ୍ଥିତି କ’ଣ, କେମିତି ? ସେ ଜଣେ ବ୍ୟକ୍ତି ଙ୍କୁ ଅତି ଶୀଘ୍ର ନକରାତ୍ମକ ଦିଗରେ ଗତି କରିଥାଏ ସେ ସମ୍ପର୍କରେ ବୁଝାଇଥିଲେ । ତତ୍ ସହିତ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ଙ୍କୁ କିଭଳି ବୁଝେଇବା, ନିଜ ର ମତାମତ ତାଙ୍କ ଉପରେ ନଦେଇ ସେ କହୁଥିବା କଥା କୁ ଶୁଣି ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବା ସେ ବିଷୟରେ ମଧ୍ୟ କହିଥିଲେ । ବ୍ୟକ୍ତି ଯେତେବେଳେ ବି ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥାଏ ସେ କିଛି ଶୁଣିବା କୁ ଚାହେଁନି, ସେ ଚାହେଁ ତା କୁ ନକରାତ୍ମକ ଢଙ୍ଗରେ ବ୍ୟବହାର ନ କରି ତା’ କଥା କେହି ଶୁଣନ୍ତୁ ବୋଲି ସେ କହିଥିଲେ ।

କୌଣସି ବି ବ୍ୟକ୍ତି କୁ ସିଧାସଳଖ ଆମ ଦୋଷାରୋପ ମଧ୍ୟ କରିବା ନାହିଁ ବୋଲି ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ । ସମ୍ପୂର୍ଣ୍ଣ ଦିନ ର ଆଲୋଚନା ସରିଲା ପରେ ଏଲ କେ ବି କେ ର କର୍ମୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।