Friday, March 29, 2024

Top 5 This Week

Related Posts

କାଶୀପୁର ବ୍ଲକ ଗସ୍ତରେ ଜିଲ୍ଲାପାଳ ସ୍ୱଧା ଦେବସିଂ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୨୨/୦୯) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ ଆଜି କାଶୀପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି l

କାଶୀପୁର ବ୍ଲକ ପରିସରରେ ନିର୍ମାଣଧୀନ ମିଶନ ଭବନ ପରିଦର୍ଶନ କରି କାର୍ଯ୍ୟକ୍ରମ ର ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ 5T ଅଧୀନରେ ରୂପାନ୍ତରିତ କରିବା ନିମନ୍ତେ ରେଙ୍ଗା ଉଚ୍ଚ ବିଦ୍ୟାଳୟକୁ ଏବଂ ଗୋରଖପୁର ଉଚ୍ଚ ବିଦ୍ୟାଳୟୟଲକୁ ପରିଦର୍ଶନ କରି ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର ସାଙ୍ଘ ଓ ଗ୍ରାମସିଙ୍କ ସହିତ ଆଲୋଚନା କରିଥିଲେ l ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ଉନ୍ନତ ମାନ ର ବିଜ୍ଞାନଗାର, ଖେଳ ପଡ଼ିଆ, ପାଠାଗାର ନିର୍ମାଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l

ଏହାପରେ ଚମ୍ପାଯୋଡ଼ି ଗ୍ରାମକୁ ଯାଇ ସେଠାରେ ଦୁଇଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ l କିପରି ମାଁ ନାରାୟଣୀ ଗ୍ରୁପ ର ମହୁମାଛି ଚାଷ ଏବଂ ମାଁ ତାରିଣୀ ଗ୍ରୁପ ର ପେପେର ପ୍ଲେଟ ତିଆରି କରି ଆତ୍ମନିର୍ଭର ହେବାକୁ ଯାଉଛିନ୍ତି ତାହା ଅନୁଧ୍ୟାନ କରିଥିଲେ l ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ବିଡିଓ ମନିଶା ଦାସ, ତହସିଲଦାର ଶରତ ଶବର, ଆଇଆଇସି କାଶୀପୁର ଥାନା, ବ୍ଲକ ର ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

Popular Articles