ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ବୁଲିଲା ଭୋଟର ସଚେତନତା ରଥ

0
152
ରାୟଗଡ଼ା ନିର୍ବାଚନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା: (୨୧/୯) : ରାୟଗଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରୁ ବୁଧବାର ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ବୁଲିଲା ଭୋଟର ସଚେତନତା ରଥ

ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଉପ ଜିଲ୍ଲାପାଳ ତଥା ରାୟଗଡ଼ା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀଭୀମସେନ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ନାରାୟଣ ମିଶ୍ର, ରାୟଗଡ଼ା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ସହକାରୀ ଜିଲ୍ଲାପାଳ ପୁଷ୍ପାଞ୍ଜଳି ଚୌଧୁରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯୟନାରାୟଣ ମହାରଣା ରାୟଗଡ଼ା ଜି ପି ଇ ଓ ଗୋପାଳ ପଣ୍ଡା, ରାୟଗଡ଼ା ପୌରପାଳିକା ର ନିର୍ବାଚନ ସହାୟକ ଚନ୍ଦ୍ରଶେଖର ରଥ, ଶିକ୍ଷକ ନିଳାଞ୍ଚଳ ମିଶ୍ର ତଥା ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ରଥର ଭବ୍ୟ ସ୍ଵାଗତ ଜଣାଇଥିଲେ ।

ଏହି ରଥ ପ୍ରଥମ ଦୁଇଦିନ ରାୟଗଡ଼ା ପୌରପାଳିକାର ପ୍ରତି ସାହି ବୁଲି ଭୋଟର ନମ୍ବର ସହ ଆଧାର ସଂଯୋଗ ବାର୍ତ୍ତା ପ୍ରଚାର କରିବ । ପରେ ରାୟଗଡ଼ା ଓ କାଶିପୁର ବ୍ଲକ୍ ର ପୁରପଲ୍ଲୀରେ ବୁଲି ଆଧାର – ଭୋଟର ନମ୍ବର ସଂଯୋଗିକରଣ ନିମନ୍ତେ ଏହି ରଥ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସହରାଞ୍ଚଳରେ ଆଧାର ସଂଯୋଜିକରଣ କମ୍ ହୋଇଥିବାରୁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଥିବା ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରକାଶ କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେବା ସହ ନୂତନ ଓ ଯୋଗ୍ୟ ଭୋଟରଙ୍କ ପଞ୍ଜିକରଣ ଓ ସଂଯୋଗି କରଣ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସମସ୍ତ ଭୋଟର ନିଜେ ନିଜ ଫୋନରେ ଭୋଟର ହେଲ୍ପ ଲାଇନ ମାଧ୍ୟମରେ ଭୋଟର ନମ୍ବର ସହ ଆଧାର ସଂଯୋଗୀ କରଣ କରିପାରିବେ ।

ଆବଶ୍ୟକ ସ୍ଥଳେ ବୁଥ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ମଧ୍ୟ ଏହା ସହଜରେ ହୋଇପାରିବ । ଏଥି ନିମନ୍ତେ ସଚେତନତା ରଥ ବିଭିନ୍ନ ପୋଷ୍ଟର, ବ୍ୟାନର, ରଙ୍ଗୀନ ବେଲୁନ ରେ ସଜ୍ଜିତ ହୋଇଥିବା ସ୍ଥଳେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ଆହ୍ଵାନ ପ୍ରଚାର କରିଥିଲା । ଜିଲ୍ଲାରେ ଭୋଟର ନମ୍ବର ସହ ଆଧାର ଲିଙ୍କ ହେବା ଫଳରେ ଆଉ ମିଥ୍ୟା ଓ ଦୋହରା ଭୋଟର ରହିବେ ନାହିଁ । ଏଣୁ, ସମସ୍ତ ଜନସାଧାରଣ, ପ୍ରେସ ଓ ଇଲେକ୍ଟ୍ରୋନିକ ମିଡିଆ ବନ୍ଧୁ ତଥା ବିଭାଗୀୟ ଅଧିକାରୀଙ୍କ ସହଯୋଗ ଜିଲ୍ଲାପାଳ ସ୍ଵଧାଦେବ ସିଂ ଲୋଡିଛନ୍ତି ।