Friday, March 29, 2024

Top 5 This Week

Related Posts

କଟାଗୁଡା ଠାରେ ଅହିଂସା ରଥ କୁ ସ୍ୱାଗତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୯) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର କଟାଗୁଡା ଠାରେ ଗୁଣୁପୁର ରୁ ଆସୁଥିବା ଅହିଂସା ରଥକୁ କାଶୀନଗର ବ୍ଲକ ତରଫରୁ ସ୍ୱାଗତ କରା ଯାଇଥିଲା ।

କଟାଗୁଡା ଠାରେ ଅନୁଷ୍ଠିତ ଏହି ସ୍ୱାଗତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜୀ. ତିରୁପତି ରାଓ, ବିଡ଼ିଓ ଶ୍ରୀ ଲଷ୍ମୀ ପ୍ରସାଦ ସାହୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ପୌର ପରିଷଦ ତରଫରୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧା ରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ପୌର ନିର୍ବାହୀ ଅଧିକାରୀ ଡା. ସତ୍ୟ ସଂପୂର୍ଣ୍ଣା ରାଉତ, କାଉନସିଲର ଓ ସହକାରୀ ଯନ୍ତ୍ରୀ, ଗ୍ରାମ ର ଭଦ୍ର ବ୍ୟକ୍ତି ତଥା ସାମ୍ବାଦିକ ଓ ଶିକ୍ଷକ, ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ଅହିଂସା ରଥ ପାରଳାଖେମୁଣ୍ଡି ଅଭିମୁଖେ ଯାଇଥିଲା ।

Popular Articles