୭ ଟି ଉନ୍ନୟନ ପ୍ରକଳ୍ପ ର ଉଦ୍ଘାଟନ କଲେ ବିଧାୟକ ପଦ୍ମନାଭ ବେହେରା

0
144
୭ ଟି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୯) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ମଙ୍ଗଳବାର ୭ ଟି ଉନ୍ନୟନ ପ୍ରକଳ୍ପ ର ଉଦ୍ଘାଟନ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାWhatsApp Image 2022 09 20 at 8.36.38 PM ୭ ଟି ଉନ୍ନୟନ ପ୍ରକଳ୍ପ ର ଉଦ୍ଘାଟନ କଲେ ବିଧାୟକ ପଦ୍ମନାଭ ବେହେରା

ଏହି ପରିପ୍ରେକ୍ଷୀରେ ୭ ଟି ଉନ୍ନୟନ ପ୍ରକଳ୍ପ ଯଥା ମଙ୍ଗଳବାର ଉଲୁଣ୍ଡା ବ୍ଲକ ସଦରରେ ନବନିର୍ମିତ ବ୍ଲକ ମିଶନ ଶକ୍ତି ଭବନ ର ଉଦ୍ଘାଟନ କରିବା ସହିତ ଚଡାଇପଙ୍କ ଗ୍ରାମରେ ଅମ୍ରୁତଧାରା, କ୍ଷେମାଲୋଏ ଗ୍ରାମରେ ଉପ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର, ବରପଦର ଗ୍ରାମରେ ମିଶନ ଶକ୍ତି ଗ୍ରୁହ ଏବଂ କମ୍ୟୁନିଟି ସେଣ୍ଟର, ପଞ୍ଚମହଲାରେ କମ୍ୟୁନିଟି ସେଣ୍ଟର ଏବଂ କୁମରକେଲି ଗ୍ରାମ ର କନ୍ଧପଡାରେ ଏକ ଗୋଷ୍ଠୀ କେନ୍ଦ୍ର ର ଉଦ୍ଘାଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ପୂର୍ବକ ଲୋକାର୍ପଣ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡ଼ିଓ ହେମସାଗର ଭୋଇ, ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ବିଜୟାଲକ୍ଷ୍ମୀ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ଦେହେରୀ ପ୍ରମୁଖ ସାମିଲ ହୋଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ/ସଭ୍ୟା, ଯୁବନେତା କୁର୍ତ୍ତିବାସ ମିଶ୍ର, ବିହାରୀଲାଲ ମିଶ୍ର ସମେତ ଅନେକ ଦଳୀୟ କର୍ମୀ ସାମିଲ ହୋଇଥିଲେ ।