Saturday, August 15, 2020
Home Cultural & Festival ବଲାଙ୍ଗିର କୁଲତା ସମାଜର ନୂଆଁଖାଇ ଭେଟଘାଟ ୨୦୧୯

ବଲାଙ୍ଗିର କୁଲତା ସମାଜର ନୂଆଁଖାଇ ଭେଟଘାଟ ୨୦୧୯

ରିପୋର୍ଟ: ବ୍ୟୁରୋ ଓଡିଶା ନ୍ୟୁଜ୨୪
ବଲାଙ୍ଗୀର(୦୮/୦୯): ଅଦ୍ୟ ତା.୦୮/୦୯/୨୦୧୯ରିଖ ଦିନ ବଲାଙ୍ଗୀର କୁଲତା ସମାଜ ଅନୁକୁଲ୍ୟରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସଭାପତି ଶ୍ରୀଯୁକ୍ତ ସୁରଥ ପଧାନଙ୍କ ସଭାପତିତ୍ୱରେ କୁଲତା ସମାଜର ନୂଆଁଖାଇ ଭେଟଘାଟ ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଯୋଗଦାନ କରି ଶିକ୍ଷାକ୍ଷେତ୍ରରେ କିପରି ଉନ୍ନତି ଘଟିବ, ସେ ଉପରେ ଆଲୋକପାତ କରି ତାଙ୍କର ଉଦବୋଧନ ଉପସ୍ଥାପିତ କରିଥିଲେ | ଓ ବି ସି ମାନଙ୍କ ଉନ୍ନତି ସେତେବେଳେ ସମ୍ଭବ ଯେତେବେଳେ ଏକଜୁଟ ହୋଇ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସାଧୁଚରଣ ପଧାନ ନି.ତୁଷୁରାଙ୍କୁ ସମାଜ ତରଫରୁ ତାଙ୍କୁ କୂଳପ୍ରଦୀପ ସମ୍ମାନରେ ସମ୍ମାନିତ କରି ଉପଢୌକନ ପ୍ରଦାନ କରାଯାଇଥିଲା | ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଧୁ ସାହୁଙ୍କ ଦ୍ୱାରା ସଭାକାର୍ଯ୍ୟ ପରିଚାଳନା କରିଥିଲେ | କୁଲତା ସମାଜର ବିଭିନ୍ନ ବର୍ଗରୁ ନୃତ ଓ ଗୀତ ରେ ଅନ୍ୟୁନ ୧୧ଜଣ ପ୍ରତିଯୋଗୀ ତାଙ୍କର କଲା ପ୍ରଦର୍ଶନ କରିଥିଲେ | ମାଟ୍ରିକ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମାଜର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀ ପୁରସ୍କୃତ କରିଥିଲେ | ସେହିପରି +୨ ପରୀକ୍ଷାରେ ୮୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବୁଡୁ ପଧାନ ପୁରସ୍କୃତ କରିଥିଲେ | ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀ ଅସୀମ ଭୋଇ ପରିଚାଳନା କରିଥିଲେ |

ଏହି ମହାନ ପର୍ବ ନୂଆଁଖାଇର ଇତିହାସ ବିଷୟରେ ବରିଷ୍ଠ ସଦସ୍ୟ ଶ୍ରୀ ଶାନ୍ତନୁ ଭୋଇ ଓ ସମାଜର ଉପଦେଷ୍ଟା ଶ୍ରୀଯୁକ୍ତ ଶଙ୍କର ପାତ୍ର ଉପସ୍ଥାପନ କରିଥିଲେ | ଆଜିର ଏହି ଗଣପର୍ବରେ ଅନ୍ୟୁନ ୧୧୦୦ ସଭ୍ୟସଭ୍ୟା ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସମାଜର ସମସ୍ତ ଯୁବ ଗୋଷ୍ଠୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳିତ ହୋଇଥିଲା | ପରିଶେଷରେ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ପାତ୍ର ସଭାପତିଙ୍କ ଅନୁରୋଧ କ୍ରମେ ସଭାକାର୍ଯ୍ୟ ସାଙ୍ଗ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: