Friday, March 29, 2024

Top 5 This Week

Related Posts

ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲିଗୁଡ଼ା ସହର : ବ୍ୟାପକ କ୍ଷୟକ୍ଷତି

ରିପୋର୍ଟ : ବିଭୂତି ଲହରୀଆ
ବାଲିଗୁଡ଼ା, (୨୦/୦୯) : ବାଲିଗୁଡ଼ା ବ୍ଲକରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି । ଗତକାଲି ରାତ୍ରିରେ ମୂଷଳ ଧାରାରେ ଲଗାଣ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାଲିଗୁଡ଼ା ବ୍ଲକରେ ରେକର୍ଡ ୩୦୨ ମିଲିମିଟର ବର୍ଷା ହୋଇ ଥିବା ଜଣା ପଡିଛି ।WhatsApp Image 2022 09 20 at 7.15.49 PM 1 ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲିଗୁଡ଼ା ସହର : ବ୍ୟାପକ କ୍ଷୟକ୍ଷତି

ଲଘୁଚାପ ଜନିତ ବର୍ଷାରେ ଜାତୀୟ ରାଜପଥ ୫୯ ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇ ପାର୍ଶ୍ଵରେ ପୋଖରୀ ଜଳ ରାସ୍ତା ଉପରେ ପ୍ରବାହିତ ହେଇ ଲହଡି ଭାଙ୍ଗୁ ଥିବାର ଦୃଶ୍ୟ ଆଜି ସକାଳୁ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ରାସ୍ତା ର ଦୁଇ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି । ବାଲିଗୁଡ଼ା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ୪ ଫୁଟ ଉଚ୍ଚ ର ବର୍ଷା ଜଳ ପ୍ରବାହିତ ହେବା ଫଳରେ ମୁଖ୍ୟ ରାସ୍ତାରେ ଯାଉଥିବା ସମସ୍ତ ପ୍ରକାର ଯାନବାହାନ ଓ ଲୋକଙ୍କ ଯାତାୟାତ ଠପ୍‌ ହେଇଯାଇଥିଲା ।

୫୯ ନଂ ଜାତୀୟ ରାଜପଥ ଉପରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଏକ ପିକିଅପ ଭ୍ୟାନ୍‌ ପାଣିରେ ଫସି ରହିଥିବା ଦେଖିବାକୁ ମିଳିଛି । ବସଷ୍ଟାଣ୍ତ୍‌ ସମ୍ମୁଖରେ ଥିବା ଘର, ଦୋକାନରେ ୬ ଫୁଟରେ ବର୍ଷା ପାଣି ପଶି ଘର ଭିତରେ ଥିବା ସବୁ ଜିନିଷ ପତ୍ର ନଷ୍ଟ ହେଇଯାଇଥିବା ଜଣାପଡ଼ିଛି । ସେହିପରି ନୁଆସାହି ରୁ ଆଦର୍ଶ ବିଦ୍ୟାଳୟ କୁ ଯିବା ରାସ୍ତାରେ ମଧ୍ୟ ୪ ଫୁଟ ଉଚ୍ଚତାରେ ବର୍ଷା ପାଣି ରାସ୍ତା ଅବରୋଧ କରି ଥିଲା । ଅଗ୍ନିଶମ ବିଭାଗ ଦ୍ୱାରା ପାଞ୍ଚ ଘଣ୍ଟା ଧରି ବର୍ଷା ଜଳ ନିଷ୍କାସନ କରାଯାଇଥିଲା ।WhatsApp Image 2022 09 20 at 7.15.49 PM ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲିଗୁଡ଼ା ସହର : ବ୍ୟାପକ କ୍ଷୟକ୍ଷତି

ସେହିପରି ବିଭିନ୍ନ ସାହିରେ ବର୍ଷା ପାଣି ପଶି ଘର ଦ୍ୱାର ଭାଙ୍ଗି ଯାଇଥିବା ଖବର ମିଳିଛି । ନୁଆସାହି, ପଣସପଡି, ଖଜୁରୀନାଳ, ବାନ୍ଦା ପାଙ୍ଗା ଆଦି ସାହି ମାନଙ୍କରେ ବହୁ କଚା ଘର ନଷ୍ଟ ହୋଇଥିବା ଜଣା ପଡିଛି । ବାଲିଗୁଡ଼ା ରୁ ବୁଡ଼ାଗୁଡା କୁ ଯିବା ରାସ୍ତା ଟି ବର୍ଷାରେ କିଛି ସ୍ଥାନରେ ନଷ୍ଟ ହୋଇଛି । ସେହିପରି ବସଷ୍ଟାଣ୍ଡ ନିକଟରେ ଥିବା ବନ୍ଧ ଟି ମଧ୍ୟ ଧୋଇ ଯାଇଛି । ବାଲିଗୁଡ଼ା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ଘଟିଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ ।

Popular Articles