ବୈପ।ରିଗୁଡା ଠାରେ ସ୍ଵେଛାକୃତ ରକ୍ତଦ।ନ ଶିବିର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପ।ରିଗୁଡା(୦୮.୦୯.୨୦୧୯): କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ଏବଂ କାହ୍ନୁ ଚରଣ ବେହେରାଙ୍କର ମିଳିତ ଆନୁକୁଲ୍ୟରେ ବୈପାରୀଗୁଡା ମିଶନ ଶକ୍ତି ସଭା ଗୃହରେ ଏକ ସ୍ବେଚ୍ଛାକୃତ ରକ୍ତଦ।ନ ଶିବିର ଅନୁଷ୍ଠିତ ହୋଇଯାଇଛି |

ସ୍ଥାନୀୟ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲ୍ଲା ରକ୍ତଦ।ତ। ଓ ପ୍ରବର୍ତକ ଫୋରମର ସଭାପତି ଜି. ସଞ୍ଜୀବ କୁମାର ଯୋଗଦେଇ ଥିଲେ | ଏହି ଶିବିରରେ ଶିକ୍ଷୟତ୍ରୀ ସୁପ୍ରିୟା ସାମଲ ତାଙ୍କର ଜନ୍ମଦିନ ଅବସରରେ ପ୍ରଥମେ ରକ୍ତଦ।ନ କରିଥିବା ବେଳେ ବୈପାରୀଗୁଡା ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ, ଯୁବକ, ଯୁବତୀ ଓ ବୁଦ୍ଧିଜୀବୀ ମାନେ ମୋଟ ୨୦ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଜୟପୁର ବ୍ଲଡ ବ୍ୟାଙ୍କ ଏହି ରକ୍ତ ସଂଗ୍ରହ କରିଥିଲେ |

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ତଥା ସ୍ବେଚ୍ଛାସେବୀ କାହ୍ନୁ ଚରଣ ବେହେରା ଆୟୋଜନ କରିଥିବା ବେଳେ କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମର ସାଧାରଣ ସମ୍ପାଦକ ରାଜେଶ କୁମାର ଯାଦବ, ଉପସଭାପତି ସ୍ନିଧାରାଣୀ ମିଶ୍ର, ଯୁଗ୍ମ ସମ୍ପାଦକ ଚଦ୍ରଶେଖର ରଥ, କୋଷାଧ୍ୟକ୍ଷ ସେଖ ଇବ୍ରାହିମ ପରିଚାଳନା କରିଥିଲେ |

Comments are closed.