ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ପାଇଁ ଚାଲିଛି ଅଭିଯାନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୮/୦୯/୨୦୧୯): ରାୟଗଡା ଜ଼ିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ନିର୍ବଚନ ନିମନ୍ତେ ଦୁଇ ଗୋଷ୍ଠି ଜୋର ଶୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି | ଉଭୟ ଗୋଷ୍ଠି ପ୍ରତ୍ୟକ ପୋଲିସ ବନ୍ଧୁ ମାନଙ୍କ ପାଖକୁ ଯାଇ ନିଜ ନିଜ ସପକ୍ଷରେ ଭୋଟ ଦାନ ପାଇଁ କହି ବୁଲୁଛନ୍ତି |

ଆସନ୍ତା କାଲି ତା.୦୯.୦୯.୨୦୧୯ରିଖରେ ନିର୍ବାଚନ ପ୍ରତ୍ୟକ ଥାନାରେ ଅନୁଷ୍ଠିତ ହେବ ଓ ୧୦ ତାରିଖରେ ନିର୍ବାଚନ ଗଣତି ହେବାର କାର୍ଯ୍ୟକ୍ରମ ରହିଛି | ଗୋଟିଏ ଗୋଷ୍ଠି ସଭାପତି ପାଇଁ ହରେକୃଷ୍ଣ ମିଶ୍ର, ଉପସଭାପତି ପାଇଁ ଦିଲ୍ଲୀପ କୁମାର ଦାସ ହାବିଲଦାର, ସାଧାରଣ ସମ୍ପାଦକ ନିମନ୍ତେ ନାଇକା ଜାକାକା ଯୁଗ୍ମ ସମ୍ପାଦକ ନିମନ୍ତେ ବେଲାନସେନ ହାଲବା ଯୁଗ୍ମ ସମ୍ପାଦକ ପାଇଁ ଜିତୁ ପାଣି କାର୍ଯ୍ୟକାରିଣୀ ସଭ୍ୟ ପାଇଁ ଶାନ୍ତିଲତା ପରିଡ଼ା କିଶୋର କୁମାର ସାହୁ ପ୍ରିୟଦର୍ଶୀ ଗମାଙ୍ଗ ଏସ ବେଣୁ ଗୋପାଳ ରାଓ ବେଣୁ ଓ ଦାମୋଦର ହିଆଲ | ଏହି ମାନେ ଭାଗ୍ୟ ନୁହେଁ କର୍ମରେ ବିଶ୍ୱାସ ରଖନ୍ତୁ, ରାୟଗଡା ପୋଲିସର ସର୍ବାଙ୍ଗୀନ ଉନ୍ନତି ସକାଶେ ଆପଣ ମାନଂକର ନିର୍ଣ୍ଣାୟକ ଓ ମହତ୍ୱ ପୂର୍ଣ୍ଣ ସହଯୋଗ କାମନା କରୁଅଛୁ କହି ନିର୍ବାଚନ ଭୋଟ ଭିକ୍ଷା କରୁଅଛନ୍ତି | ଠିକ ସେହିପରି ଅନ୍ୟ ଗୋଷ୍ଠି ନେତୃତ୍ୱର ଅଭିମାନ ନୁହେଁ ସାଥି ହୋଇ ଚାଲିବାର ଗୌରବ ନିମନ୍ତେ ବାଛନ୍ତୁ ଓ ଭୋଟ ଦିଅନ୍ତୁ କହି ନିର୍ବାଚନରେ ଛିଡା ହୋଇଛନ୍ତି | ସଭାପତି ପାଇଁ ଶେଖ ମୁସ୍ତଖ ଉପସଭାପତି ପାଇଁ ଚିତ୍ତରଞ୍ଜନ ରଥ ହାବିଲଦାର ଯୁଗ୍ମ ସମ୍ପାଦକ ନିମନ୍ତେ ସମୀର କୁମାର ରଣା କ ଓ ଖ ନିମନ୍ତେ ଦେବେନ୍ଦ୍ର ପ୍ରସାଦ ପଣ୍ଡା ସାଧାରଣ ସମ୍ପାଦକ ନିମନ୍ତେ ବିରଞ୍ଚି ନାରାୟଣ ଚୌଧୁରୀ କୋଷାଧକ୍ଷ ପାଇଁ କେ ଭେଙ୍କଟ ରାମନା କାର୍ଯ୍ୟକାରିଣୀ ସଭ୍ୟ ନିମନ୍ତେ ରବୀନ୍ଦ୍ର ବିଡ଼ିକା ସଂବଦ ଦାସ ସଞ୍ଜୟ ଗମାଙ୍ଗ ସୁମନ ସାହୁ ସି ବି ରମଣ ନିର୍ବାଚନ ମୈଦାନରେ ଛିଡା ହୋଇଛନ୍ତି | ଏହି ନିର୍ବାଚନରେ ପ୍ରଥମ କରି ଗୋଟିଏ ମହିଳା ପ୍ରାର୍ଥୀନୀ ନିର୍ବାଚନ ମୈଦାନରେ ଛିଡା ହୋଇଛନ୍ତି |

Comments are closed.