Friday, March 29, 2024

Top 5 This Week

Related Posts

ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ : ଦୁଇଦିନ ପରେ ବୁଦାମୂଳରୁ ମୃତ ଶରୀର ଉଦ୍ଧାର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମ ର ପ୍ରମୋଦ ଭୋକ୍ତା (୪୬) । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରିରଖିଛି । ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଥାନା ଶାଲକଟା ଗ୍ରାମ ର ପ୍ରମୋଦ ଭୋକ୍ତା (୪୬) କୋଣସି କାମରେ ନିଜ ବନ୍ଧୁଙ୍କ ଘରକୁ ଗତ ରବିବାର ଦିନ ଯାଇଥିଲେ । ସେଠାରୁ ଫେରିବା ସମୟରେ ବାଟରେ ଲଷ୍ମୀ ନାଳ ପାର ହେବାକୁ ପଡିଥାଏ । ତେବେ ପ୍ରମୋଦ ନାଳ ପାର ହେଇଥିବା ସମୟରେ ହଠାତ ଲକ୍ଷ୍ମୀ ନାଳରେ ବର୍ଷା ପାଣି ଆସିଗଲା ଯାହାଫଳରେ ସେ ଭାସି ଯାଇଥିଲେ । ତେବେ ପ୍ରମୋଦ ଘରକୁ ଫେରିନଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ ସବୁ ଆଡେ ଖୋଜା ଖୋଜି କରିଥିଲେ ।

ଆଜି ସକାଳୁ କଳାଖଣ୍ଡି ଗ୍ରାମ ର କିଛି ସ୍ଥାନୀୟ ଲୋକେ ନାଳ କୁ ଶୌଚ ପାଇଁ ଯାଇଥିବା ସମୟରେ ନାଳ ର ଏକ ବୁଦାରେ ଏକ ଅଚିହ୍ନା ଲୋକ ର ମୃତଦେଖ ଦେଖି ପୁରୁଣା କଟକ ପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଦ୍ୱାରା ଶବ ଚିହ୍ନଟ ଓ ଜବତ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୋଲିସ ର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Popular Articles