ବନ ବିଭାଗ ଦ୍ୱାରା ଅସୁସ୍ଥ ଭାଲୁ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ହୋତା
ବୋରିଗୁମ୍ମା(୦୭/୦୯): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁଜୁନିଗୁଡା ଗ୍ରାମ ନିକଟସ୍ଥ ଏକ ନୀଳଗିରି ଜଙ୍ଗଲରୁ ବନ ବିଭାଗ ଏକ ଅସୁସ୍ଥ ଭାଲୁକୁ ଉଦ୍ଧାର କରିଛି । ଅସୁସ୍ଥ ଭାଲୁକୁ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀଙ୍କ କାର୍ଯାଲୟରେ ରଖାଯାଇ ଚିକିତ୍ସା କରାଯାଉଛି ।

ସୁଚନା ଅନୁଯାୟୀ ଗୁଜୁନିଗୁଡା ଗ୍ରାମ ନିକଟସ୍ଥ ନୀଳଗିରି ବଡ଼ରେ ଗୋଟିଏ ଭାଲୁ ଶୋଇଥିଲା । ଏ ନେଈ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କ ସହିତ ବନାଞ୍ଚଳ ଟିମ ଖବର ପାଇ ଉକ୍ତ ସ୍ଥାନକୁ ପହଞ୍ଚିଥିଲେ । ବନ ବିଭାଗ ଭାଲୁଟିକୁ ଉଦ୍ଧାର କରିବା ପରେ ଭାଲୁଟି ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ । ପରେ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ଭାଲୁଟିକୁ ଯନ୍ତାରେ ରଖାଯାଇ ଚିକିତ୍ସା ଜାରୀ ରହିଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ଭାଲୁଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି ।

Comments are closed.