Friday, March 29, 2024

Top 5 This Week

Related Posts

ମହିଳା ସାଇ ଭକ୍ତଙ୍କ ବେକ ରୁ ସୁନା ଅଳଙ୍କାର ଚୋରି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୯) : ଗତକାଲି ଗଜପତି ଜିଲ୍ଲା କାଶୀନଗର ସହରରେ ଜଣେ ମହିଳା ସାଇ ଭକ୍ତଙ୍କ ବେକରୁ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।

ପ୍ରାପ୍ତ ସୂଚନା ମୁତାବକ ତୁମୁଲା ରାଜେଶ୍ୱରୀ ନାମକ ଜନୈକ ମହିଳା ପ୍ରତିଦିନ ସନ୍ଧ୍ୟାରେ ନିକଟରେ ଥିବା ମଦନ ମୋହନ ମନ୍ଦିର ଓ ସତ୍ୟ ସାଇ ମନ୍ଦିର କୁ ଦର୍ଶନ ପାଇଁ ଯାଆନ୍ତି । ଗତକାଲି ମଧ୍ୟ ସେ ଯାଇଥିଲେ । ମନ୍ଦିର ରୁ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଜଣେ ଆଗକୁ ଯାଇ ଅନ୍ୟ ଜଣେ ଉକ୍ତ ମହିଳା ସାଇ ଭକ୍ତଙ୍କ ବେକରୁ ସୁନା ଅଳଙ୍କାର ଝିଙ୍କି ଅତି କ୍ଷିପ୍ର ଗତିରେ ନଦୀ ପଟେ ଦୌଡ଼ି ଚାଲିଗଲେ ।

ଏହି ଖବର ପାଇ ତତକ୍ଷତଣାତ କାଶୀନଗର ପୋଲିସ ସଦଳବଳେ ପହଞ୍ଚି ତନାଘନା କଲେ ହେଲେ ଚୋରକୁ ଧରିବାକୁ ସକ୍ଷମ ହୋଇନଥିଲେ । ରାଜେଶ୍ୱରୀ ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମୋକଦ୍ଦମା କେସ ନମ୍ବର ୧୧୪/୨୨ ରେ ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।

Popular Articles