ଦୁଇ ବାଇକ ମୁଁହା ମୁହିଁ ଧକ୍କା,ଉଭୟ ବାଇକ ଆରୋହୀ ଦୁଇ ଗୁରୁତର : ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

0
376

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ, (୧୧/୦୮) : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କରଡ଼ାକୋଠା ନିକଟରେ ଦୁଇ ବାଇକ ମୁଁହା ମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଆରୋହୀ ଗୁରୁତର ହୋଇଥିବାର ଜଣା ପଡିଛି |

ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ୫୭ ନଂ ଜାତୀୟ ରାଜପଥ ଚାରିଛକ କରଡ଼ାକୋଠା ବୁଲାଣି ଠାରେ ଦୁଇ ବାଇକ ମୁଁହା ମୁହିଁ ଧକ୍କା ହୋଇଥିଲା | ଉଭୟ ଆରୋହୀ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ |

ଖବର ପାଇ ଚାରିଛକ ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମର ଅଜିତ ନାଏକ (୨୫)ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଦମକଳ ପହଞ୍ଚିବା ପୂର୍ବରୁ ଅନ୍ୟ ଜଣେ ଆରୋହୀ ଅଟୋ ଯୋଗେ ଡାକ୍ତର ଖାନାକୁ ପହଞ୍ଚି ଥିଲେ | ତାଙ୍କର ପରିଚୟ ମିଳିନାହିଁ |