ଚନ୍ଦ୍ରପୁର ଫରେଷ୍ଟର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
184
ଚନ୍ଦ୍ରପୁର ଫରେଷ୍ଟର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଚନ୍ଦ୍ରପୁର, (୨୧/୦୯) : ଆଜି ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଚନ୍ଦ୍ରପୁର ଫରେଷ୍ଟର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ଶ୍ରୀ ଗୈାତମ କୁମାର ପଣ୍ଡା (ଫରେଷ୍ଟର) ଚନ୍ଦ୍ରପୁରରୁ ଟିକିରି ରେଞ୍ଜ ର ସଙ୍କରଡା ସେକ୍ସନ କୁ ବଦଳି ହୋଇ ଗଲେ । ଶ୍ରୀ ଜଗଦୀଶ ନାୟକ ବିଜାପୁର ବିଟ ରୁ କାଶିପୁର ରେଞ୍ଜ ର କାଶୀପୁର ବିଟ କୁ ବଦଳି ହୋଇ ଆସିଲେ । ବର୍ତ୍ତମାନ ଶ୍ରୀ ଅଶ୍ଵିନ କରକରିଆ କାଶୀପୁର ରେଞ୍ଜ ରୁ ବଦଳି ହୋଇ ଚନ୍ଦ୍ରପୁର ଫରେଷ୍ଟର ଭାବେ ଆଜିଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଅମ୍ବାଦଳା ଫରେଷ୍ଟର ସୁରେଶ ପାତ୍ର, ଡାଙ୍ଗସୋରଡା ଫରେଷ୍ଟର ଗିରି ପ୍ରଧାନୀ, ଦୁର୍ଗି ଫରେଷ୍ଟର ଭଗବାନ ସାରକା, ମୁନିଗୁଡା ଫରେଷ୍ଟର ପ୍ରମୋଦିନି ମାଣ୍ଡାଙ୍ଗି ଓ ରେଞ୍ଜ ର ସମସ୍ତ ବନରକ୍ଷୀ, ଡି ଇ ଓ ଟିମ୍ , ଏନ୍ ଜି ଓ ଟିମ୍ ଓ ସ୍କ୍ଵାଡ କର୍ମଚାରୀ ଉପସ୍ଥିତ ଥିଲେ ।