Related Contents

ପଦ୍ମପୁର ବାଳିକା ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୭/୦୯): ଶନିବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି |

ନବପ୍ରଭାତ ଗୁରୁକୁଳ ଆଶ୍ରମ ନୂଆପାଲି ଆଚାର୍ଯ୍ୟ ବୃହସ୍ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂସ୍କୃତ ଭାଷାକୁ ଆପଣେଇଲେ ଭାରତ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର ହେବ ବୋଲି ମତପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ଭାବେ ଦହିତା ହାଇସ୍କୁଲର ସଂସ୍କୃତ ଶିକ୍ଷକ ଧୀରେନ୍ଦ୍ର ଶାସ୍ତ୍ରୀ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାସ | ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ସଂଗୀତ ପରିଚାଳନା କରିଥିଲେ ପ୍ରେମାନନ୍ଦ ବେହେରା, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜୀବନାନନ୍ଦ ସାହୁ, ଚିନ୍ତାମଣି ସାହୁ, ଜ୍ୟୋଷ୍ଣରାଣୀ ସାହୁ, ଇତିଶ୍ରୀ ସାହୁ, ସୁଷମା ଦାସ, ନଳିନୀ ବାଗ, ବସନ୍ତ ବାଗ ଓ ଦୁଷ୍ମନ୍ତ ଛତର ପ୍ରମୁଖ ସହାୟତା କରିଥିଲେ | ଶେଷରେ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.