Advertisements
Sunday, July 5, 2020
Home Government News ବନ୍ୟା ପୀଡ଼ିତଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା, ସ୍ଥାନୀୟ ସରପଞ୍ଚଙ୍କ ଅଣଦେଖା

ବନ୍ୟା ପୀଡ଼ିତଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା, ସ୍ଥାନୀୟ ସରପଞ୍ଚଙ୍କ ଅଣଦେଖା

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୭/୦୯): ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମର ଏକ ଘରକୁ ବର୍ଷା ପାଣି ପଶିଯିବା ପରେ ସେମାନେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ । ତେବେ ଦୁଇଦିନ ଧରି ଉକ୍ତ ପରିବାର ସଦସ୍ୟ ସେଠାରେ ଭୋକ ଉପାସରେ ପଡି ରହିଥିଲେ ମଧ୍ୟ ପ୍ରଶାସନ ନିକଟରେ ଏହାର ଖବର ନ ଥିବା ଜଣାଯାଇଛି ।

ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ପ୍ରଭାବିତ ପରିବାରକୁ କୌଣସି ସହାୟତା ଯୋଗାଇ ନ ଥିବା ଅଭିଯୋଗ ହୋଇଛି । ଖବର ପାଇ ଲୋଇସିଂହା ମାହେଶ୍ୱରୀ ସଂଗଠନର ସଭାପତି ଦେବାଶିଷ ବିଶୋଇ, ମନୋଜ ମାହାଣା, ମନୀଷ ସିଂ ପ୍ରମୁଖ ବୁର୍ଡା ପଂଚାୟତ ଅଫିସ ନିକଟରେ ପହଂଚି ସହାୟତାର ହାତ ବଢ଼ାଇ ଥିବା ଜଣାଯାଇଛି । ଉକ୍ତ ପରିବାରର ଜନୈକ ୧୪ ବର୍ଷୀୟା ନାବାଳିକାର ଦେହ ଅସୁସ୍ଥ ଥିବାରୁ ପ୍ରଥମେ ତାଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ପୀଡିତ ପରିବାରକୁ ସଂଗଠନ ତରଫରୁ ଦୁଇଦିନ ପାଇଁ ଖାଦ୍ୟ ଦିଆଯିବା ସହିତ ଏ ବାବଦରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଖାଦ୍ୟ ଯୋଗାଣ ଅଧିକାରୀ ସୌମ୍ୟରଂଜନ ମହାନନ୍ଦ, ଜିପିଇଓ ଜ୍ୟୋତ୍ସ୍ନାମୟୀ ନାୟକ ପ୍ରମୁଖ ପ୍ରଭାବିତ ପରିବାରକୁ ସାକ୍ଷାତ କରି ପୂର୍ବରୁ ସେମାନେ ରହୁଥିବା ଘରକୁ ଦେଖିବାକୁ ଯାଇଥିଲେ । ତେବେ ବନ୍ୟା ପୀଡିତ ଲୋକଙ୍କ ପ୍ରତି ସ୍ଥାନୀୟ ସରପଞ୍ଚଙ୍କ ଏଭଳି ଅଣଦେଖା ମନୋଭାବକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯିବା ସହିତ ମାହେଶ୍ୱରୀ ସଂଗଠନର ସେବା ମନୋଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: