Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣା ଶ୍ରୀ ର ବୋର୍ଡ ଅଫ ଡାଇରେକ୍ଟର ର ସଦସ୍ୟା ବୃନ୍ଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୯) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ ସୁବର୍ଣ୍ଣା ଶ୍ରୀ ର ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦ୍ଘାଟିତ ହୋଇଯାଇଛି ।

ସୁବର୍ଣ୍ଣା ଶ୍ରୀ ର ଏହି ବିଶେଷ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ର ଉଦ୍ଘାଟନ ଜିଲ୍ଲାର ଗର୍ବ ଓ ଗୌରବକୁ ଦ୍ଵିଗୁଣିତ କରିଥିବା ବେଳେ ଜିଲ୍ଲାର ବୟନ, ହସ୍ତତନ୍ତ ଓ ହସ୍ତକଳା କ୍ଷେତ୍ରରେ ଏକ ବିଶେଷ ମହତ୍ୱ ପ୍ରତିପାଦିତ କରି ମାଁ ମାନଙ୍କ ଆର୍ଥିକ ପ୍ରଗତି ଓ ପ୍ରେରଣା ର ଉତ୍ସ ହୋଇପାରିଛି ।

ଏହି କାର୍ଯ୍ୟକ୍ରମର ସଫଳତା କୁ ଆଖି ଆଗରେ ରଖି ସୁବର୍ଣ୍ଣା ଶ୍ରୀର ବୋର୍ଡ ଅଫ ଡାଇରେକ୍ଟର ସଦସ୍ୟା ବୃନ୍ଦ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭି.କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା, ଆର. କାର୍ତ୍ତିକେୟନ ପ୍ରମୁଖ ଙ୍କୁ ଭେଟି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ବିଭାଗ ତଥା ମିଶନ ଶକ୍ତି ଦ୍ୱାରା ଜିଲ୍ଲାର ମାଆ ମାନଙ୍କୁ ନେଇ ଆରମ୍ଭ ହୋଇଥିବା ସୁବର୍ଣ୍ଣା ଶ୍ରୀ ଉତ୍ପାଦ କମ୍ପାନୀର କାର୍ଯ୍ୟକାରିତା ଓ ସଫଳ ଯାତ୍ରାର ଅନୁଭୂତି କହିବା ସହ କମ୍ପାନୀର ସଫଳତା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, 5T ସଚିବ ତଥା ମିଶନ ଶକ୍ତି ସଚିବ ପ୍ରମୁଖଙ୍କୁ ଜିଲ୍ଲାବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Popular Articles