Advertisements
Thursday, July 2, 2020
Home Government News ଲଗାଣ ବର୍ଷାରେ ଭୁଷୁଡ଼ିଲା ବ୍ରିଜ

ଲଗାଣ ବର୍ଷାରେ ଭୁଷୁଡ଼ିଲା ବ୍ରିଜ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୭/୦୯): ଲଗାଣ ବର୍ଷାରେ ଭାଙ୍ଗିଲା ବ୍ରିଜ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଗଡିହଞ୍ଜର ପଞ୍ଚାୟତର ଦହନାପୁଟ ଗ୍ରାମରେ | ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ବ୍ରିଜ ଭୁଶୁଡି ଯାଇଛି, ଫଳରେ ଯାତାୟାତ ପାଇଁ ବହୁତ ଅସୁବିଧା ହୋଉଛନ୍ତି ଗ୍ରାମବାସୀ |

ଦହନପୁଟ ଓ ଟୁକୁମ ଗ୍ରାମର ଲୋକମାନେ ମୁଖ୍ୟତଃ ଏହି ରାସ୍ତାକୁ ଦୁଇଟି ପଞ୍ଚାୟତ ଗଡିହାଞ୍ଜର ଓ ଵାଲେଲ ପଞ୍ଚାୟତର ଲୋକମାନେ ନିଜ ନିଜ କାମ ଓ ବଜାର କରିବା ନିମନ୍ତେ ଜଲାପୁଟକୁ ଯିବା ପାଇଁ ନିର୍ଭର କରି ଥାଆନ୍ତି | ଆସନ୍ତାକାଲି କୁ ଜଲାପୁଟ ରବିବାର ସାପ୍ତାହିକ ହାଟ ଥିବାରୁ ଯିବାରେ ବାଧାପ୍ରାପ୍ତ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | ସୂଚନା ଅଛି କି ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବା ସମୟରେ ଵାଲେଲ ଗ୍ରାମର ଚୈତନ ଖରା ମୁଚୀମ୍ପୁଟ ହାଟକୁ ଜାଣି ନ ପାରି ନିଜେ ଓ ନିଜର ଚାରୋଟି ଗାଈ ସହିତ ବ୍ରିଜ ପାର ହେବାକୁ ଉଦ୍ୟମ କରୁଥିବା ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲେ | ଠିକ ସମୟରେ ଦହନାପୁଟ ଗ୍ରାମର କେଶବ ପୋଡଲ ନାମକ ସାହସୀ ଯୁବକ ପାଣି ଭିତରକୁ ବୁଡି ଚୈତନଙ୍କ ସହ ଚାରୋଟି ଗାଈକୁ ଉଦ୍ଧାର କରିଥିଲେ | ଏଥିପାଇଁ କେଶବଙ୍କୁ ସମସ୍ତ ଅଂଚଳ ବାସି ପ୍ରଶଂସା କରୁଛନ୍ତି | ବ୍ରିଜକୁ ଯଥା ଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: