ସୌରା ପ୍ରଧାନୀ ଗୁଡା ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

0
123
ସୌରା ପ୍ରଧାନୀ ଗୁଡା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ତା (୨୦/୦୯) : ତା ୨୦/୦୯/୨୦୨୨ ରିଖ ଦିନ ଗୁଣପୁର ପୌରାଞ୍ଚଳ ର ସୌରା ପ୍ରଧାନୀ ଗୁଡା ଠାରେ ଦିନ ୧୧ ଘଟିକା ସମୟରେ ଅହିଂସା ରଥ ପହଞ୍ଚିବା ପରେ ପ୍ରଶାସନ, ପୌର ପରିଷଦ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।WhatsApp Image 2022 09 19 at 7.20.42 PM ସୌରା ପ୍ରଧାନୀ ଗୁଡା ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ସୌରା ପ୍ରଧାନୀ ଗୁଡା ଠାରେ ଗୁଣପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧା ଦେବ ସିଂ, ଭାରତୀୟ ସଂରକ୍ଷିତ ଦ୍ଵିତୀୟ ବାହିନୀ ର ଦୁର୍ଗପତି ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, ଡେପୁଟି କମାଣ୍ଡାଟ ଶ୍ରୀ ବିଭୁ ପ୍ରସାଦ ଉଦଗାତା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌରାଧ୍ୟକ୍ଷ ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ଗୁଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲି ଶବର, ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ବିଜୟ ଗମାଙ୍ଗ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ, ସ୍ୱତନ୍ତ୍ର ଅଧିକାରୀ, ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଶ୍ରୀନିବାସ ଆଚାରି, ସମାଜସେବୀ ଅକ୍ଷୟ ଦାସ, ପୌର ପରିଷଦ ର ସମସ୍ତ କାଉନସିଲର, ଭାରତୀୟ ସଂରକ୍ଷିତ ବାହିନୀ ର ସହକାରୀ କମାଣ୍ଡାଟା ଶ୍ରୀ ବିରଞ୍ଚି ମୁଣ୍ଡଙ୍କ ନେତୃତ୍ୱରେ ୬୦ ରୁ ଅଧିକ ଯବାନ, ଗାନ୍ଧୀ ଅନୁଷ୍ଠାନ ର ୨୦୦ ଛାତ୍ରଛାତ୍ରୀ ନୃତ୍ୟଗୀତ ଦଳ, ଥୟାରମ୍ମ। ମହିଳା ମହାବିଦ୍ୟାଳୟ, ଗୁଣପୁର ମହାବିଦ୍ୟାଳୟ, ମହର୍ଷି ଗୁରୁକୂଳ, ଗାୟତ୍ରୀ କଲେଜ, ଶାନ୍ତି ନିକେତନ କଲେଜ, ବଂଶଧାରା କଲେଜ, ବାଲାଜୀ ଅନୁଷ୍ଠାନ, ଶତାୟୁ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୌରା ପ୍ରଧାନୀ ଗୁଡା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ନୃତ୍ୟ ଦଳ, ବହୁ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସର୍ବ ସାଧାରଣ ପ୍ରମୁଖ ୫୦୦୦ ରୁ ଅଧିକ ଲୋକ ପରିକ୍ରମାରେ ଅଂଶ ଗ୍ରହଣ କରିଥିଲେ ।WhatsApp Image 2022 09 19 at 7.21.00 PM ସୌରା ପ୍ରଧାନୀ ଗୁଡା ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ସେବା ସମାଜ ସମ୍ପାଦିକା ରାଜେଶ୍ୱରୀ ଦଳାଇଙ୍କ ତତ୍ୱାବଧାନରେ ଅନ୍ତେବାସୀ ରଥକୁ ସ୍ୱାଗତ କରିଥିଲେ । ଗାନ୍ଧୀ ବ।ର୍ତ୍ତା ଉପରେ ନୃତ୍ୟ ନାଟିକା ପରିବେଷଣ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ଠାରେ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନେ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ । ପୁରୁଣା ବାସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ସେବା ସମାଜ ଅନ୍ତେବାସୀ, ଥୟାରମ୍ମ। ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଆଜିର ଏହି ରଥ ପରିକ୍ରମା କାର୍ଯ୍ୟକ୍ରମରେ ବହୁଳ ଭାବେ ଲୋକ ଅଂଶ ଗ୍ରହଣ କରି ଅହିଂସା ରଥକୁ ଭବ୍ୟ ସମ୍ୱର୍ଦ୍ଧନା ଜଣାଉଥିବା ବେଳେ ମାନ୍ୟବର ବିଧାୟକ ବିଭୋର ହୋଇ ନିଜେ ମଧ୍ୟ ଲୋକଙ୍କ ପାଦର ତାଳେ ତାଳେ ନାଚିଥିଲେ । ଅହିଂସା ରଥ ର ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ପୁଟା ସିଂ ଅଞ୍ଚଳ ର ଲାଞ୍ଜିଆ ସୌରା ନୃତ୍ୟ ଦଳ, ଆଦିବାସୀ ଢାପ, ମୃଦଙ୍ଗ ଭଳି ବହୁ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ ।