Friday, August 14, 2020
Home Death Case ନଦୀରେ ଭାସିଯାଇଥିବା ମହିଳାଙ୍କ ମୃତ ଦେହ ଉଦ୍ଧାର

ନଦୀରେ ଭାସିଯାଇଥିବା ମହିଳାଙ୍କ ମୃତ ଦେହ ଉଦ୍ଧାର

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୦୭/୦୯): ନଦୀ ସୁଅରେ ଭାସିଗଲେ ୬୫ ବର୍ଷୀୟ ମହିଳା । ୧୮ ଘଣ୍ଟା ବିତିଲା ପରେ ଭାସିଯାଇଥିବା ଜାଗାରୁ ଦୁଇ କିମି ଦୂରରୁ ମିଳିଲା ନିଖୋଜ ଥିବା ମୃତ ଦେହ । ଏହିପରି ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ଥାନା ଏକାମ୍ବା ଗ୍ରାମରେ ।

ଗତକାଲି ସନ୍ଧ୍ୟାରେ ତିନି ଜଣ ମହିଳା ଲିରଗୁଡାରୁ ନିଜ ଗାଁ ଏକାମ୍ବା ଗ୍ରାମକୁ ଫେରୁଥିବା ବେଳେ ଚିତ୍ରଙ୍ଗି ନଦୀ ପାର ହେଉଥିବା ସମୟରେ ପ୍ରଖର ସୁଅରେ ସନମତି ଗୌଡ଼ ଭାଶିଯାଇ ନିଖୋଜ ହୋଇଯାଇଥିଲେ । ଗାଁକୁ ପାଖ ରାସ୍ତା ଥିବାରୁ ଦୁଇ କିମି ଦୂରରେ ଥିବା ବ୍ରିଜରେ ନ ଯାଇ ସିଧା ପାଖ ରାସ୍ତାକୁ ଆପଣାଇ ଥିଲେ । ହେଲେ ନଦୀରେ ପ୍ରଖର ସ୍ରୋତ ଥିବା ଜାଣି ନ ପାରି ନଦୀ ପାର ହେବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ସନମତି ଭାସି ଯାଇଥିଲେ । ହେଲେ ସେହି ଗ୍ରାମର ସାରା ଗୌଡ଼ ଓ ସତାଇ ଭତ୍ରା ଅଳ୍ପକେ ବଞ୍ଚି ଯାଇଛନ୍ତି । ଗ୍ରାମବାସୀ ଓ ଦମକଳ ବାହିନୀ ମିଶି ସନମତିଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ | ତେବେ ଦିର୍ଘ ୧୮ଘଣ୍ଟା ଖୋଜିବା ପରେ ଭାସି ଯାଇଥିବା ସ୍ଥାନରୁ ଦୁଇ କିଲୋମିଟର ଦୂରରୁ ମୃତ ଦେହ ଉଦ୍ଧାର ହୋଇଥିଲା । ଗତ କାଲି ନିଜ ନାତୁଣୀଙ୍କ ଗାଁ ଲୀରଗୁଡ଼ାରୁ ନିଜ ଗାଁକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: