ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ସୁବର୍ଣ୍ଣା ଶ୍ରୀ ର ଭବ୍ୟ ଶୋ-ରୁମ

0
198
ଭୁବନେଶ୍ୱରରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୯) : ରାଜଧାନୀ ଭୁବନେଶ୍ୱରରେ ସୁବର୍ଣ୍ଣା ଶ୍ରୀ ର ଭବ୍ୟ ଶୋ-ରୁମ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 09 19 at 6.34.53 PM 1 ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ସୁବର୍ଣ୍ଣା ଶ୍ରୀ ର ଭବ୍ୟ ଶୋ-ରୁମ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁବର୍ଣ୍ଣପୁର ର ଗୌରବମୟ କଳା ଓ ହସ୍ତଶିଳ୍ପ ର ଉତ୍ତରାଧିକାରୀ ହିସାବରେ “ସୁବର୍ଣ୍ଣା ଶ୍ରୀ” ଆଉ ଗୋଟିଏ ପାହାଚ ଚଢି ଉତ୍ତମ ଗୁଣବତ୍ତା ର ଉତ୍ପାଦ ସହ ଜିଲ୍ଲା ର ବୟନ ହସ୍ତତନ୍ତ ଓ ହସ୍ତକଳା ର ନୂତନ ସମ୍ଭାରରେ ବମକାଇଁ, ବାନ୍ଧ ଶାଢ଼ୀ, ଅନ୍ୟାନ୍ୟ ବୟନ ସମ୍ଭାର ସହ ଟେରାକୋଟା ସାମଗ୍ରୀ ହସ୍ତଶିଳ୍ପକୁ ରୁଦ୍ଧିମନ୍ତ ପୂର୍ବକ ବର୍ତ୍ତମାନ ର ଗ୍ରାହକ ମାନଙ୍କୁ ଯୁଗପଯୋଗୀ ଉତ୍ପାଦ ଯୋଗାଇ ଦେବା ଲକ୍ଷ୍ୟରେ ଗତକାଲି ଦୋକାନ-ବି/୫୮ ବିଏମସି, କେଶରୀ ମଲ୍, ବିଏମସି ମାର୍କେଟ, ଭୁବନେଶ୍ୱରରେ “ସୁବର୍ଣ୍ଣା ଶ୍ରୀ” ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦ୍ଘାଟିତ ହୋଇଯାଇଛି ।

ଜିଲ୍ଲା ର ମହିଳା ମାନଙ୍କର କାରିଗରୀ ଗୋଷ୍ଠୀ ଙ୍କୁ ନେଇ ଗଠିତ ଓରମାସ ଏବଂ ମିଶନ ଶକ୍ତି ରୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରାପ୍ତ ହୋଇ “ସୁବର୍ଣ୍ଣା ଶ୍ରୀ” ଉତ୍ପାଦ ଗୁଡ଼ିକର ଗୁଣବତ୍ତା ନିୟନ୍ତ୍ରଣ ସହ କ୍ରୟ, ପେକେଜିଙ୍ଗ, ବିପଣନ କ୍ଷେତ୍ରରେ ଏକ ନୂତନ ଦିଶା ପ୍ରଦାନ ର ଲକ୍ଷ୍ୟ ରଖି ସଫଳ ଭାବେ ଆଗେଇ ଚାଲିଛି । ଏହି ବିଶେଷ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁଲୋଚନା ଦାସ, ମେୟର, ବିଏମସି, ଭୁବନେଶ୍ୱର ଯୋଗଦାନ କରି ଭବ୍ୟ ଶୋ ରୁମ ର ଉଦ୍ଘାଟନ କରି “ସୁବର୍ଣ୍ଣା ଶ୍ରୀ” ର ସଫଳତା କାମନା କରିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, (ଆଇଏଏସ୍) ମୁଖ୍ୟ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର, (ଆଇଏଏସ୍) ସିଇଓ, ଓରମାସ, ଭୁବନେଶ୍ୱର, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ (ଆଇଏଏସ୍) ଅତିରିକ୍ତ କମିଶନର, ବିଏମସି, ଭୁବନେଶ୍ୱର, ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ, (ଆଇଏଏସ୍) ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଡୋଳାମଣି ପଟେଲ, ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ବିଭାଗ, ଶ୍ରୀଯୁକ୍ତ ନିହାର ରଞ୍ଜନ କଁହର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ, ସୋନପୁର ପ୍ରମୁଖ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ନାୟକ ଡିପିସି ମିଶନ ଶକ୍ତି, ଯୁବରାଜ ସାହୁ, ଓରମାସ, ସୁବର୍ଣ୍ଣପୁର ସହିତ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଏବଂ “ସୁବର୍ଣ୍ଣା ଶ୍ରୀ” ଉତ୍ପାଦକ କମ୍ପାନୀ ର ସିଇଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମ ର ସଫଳତା କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ “ସୁବର୍ଣ୍ଣା ଶ୍ରୀ” ର ବୋର୍ଡ ଅଫ ଡାଇରେକ୍ଟର ର ସଦସ୍ୟ ସଦସ୍ୟା ମାନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଅଛି l