ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

0
131
ରାୟଗଡ଼ା ଜିଲ୍ଲାର ବିଭିନ୍ନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା. (୧୯/୯) : ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ବିପୁଳ ଭବ୍ୟ ସ୍ଵାଗତ କରାଯାଇଛି । ଆଜି ଗୁଣପୁର ବ୍ଲକ ର ଜଳତାର, ପୁଟାସିଂ ଅଞ୍ଚଳରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।WhatsApp Image 2022 09 19 at 5.56.07 PM ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ବିପୁଳ ଭବ୍ୟ ସ୍ଵାଗତ କରାଯାଇଛି । ପୁଟାସିଂ ସରପଞ୍ଚ, ଜଳତାର ସରପଞ୍ଚ ସେମାନଙ୍କ ଅଞ୍ଚଳରେ ସ୍ୱାଗତ କରିଥିଲେ । ଜଳତାର କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୁଟାସିଂ ଠାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, (ମଙ୍ଗଳ ବିଭାଗ) ଛାତ୍ରୀ ମାନେ ସୁନ୍ଦର ଭାବେ ନୃତ୍ୟ ମାଧ୍ୟମରେ ଅହିଂସା ରଥ ର ସ୍ୱାଗତ କରିଥିଲେ ।

ସ୍ୱତନ୍ତ୍ର ଅଧିକାରୀ, ଲାଞ୍ଜିଆ ସୌରା ଉନ୍ନୟନ ପରିଷଦ, ପୁଟା ସିଂ ଥାନା ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ରଥକୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କଟିଥିଲେ । ଅହିଂସା ରଥ ପୁଟା ସିଂ ଅଞ୍ଚଳ ପରିକ୍ରମା କରିବା ସମୟରେ ପ୍ରାୟ ଦୁଇ ରୁ ଅଢେଇ ହଜାର ଲୋକ ସାମିଲ ଥିଲେ । ଗୁଣପୁର ପୋୖରାଞ୍ଚଳରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା । ସେହିପରି ଗୁଣପୁର ପୌରାଞ୍ଚଳ ର ସୌରା ପ୍ରଧାନୀ ଗୁଡା ଠାରେ ଦିନ ୧୧ ଘଟିକା ସମୟରେ ଅହିଂସା ରଥ ପହଞ୍ଚିବା ପରେ ପ୍ରଶାସନ, ପୌର ପରିଷଦ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଗୁଣପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧା ଦେବ ସିଂ, ଭାରତୀୟ ସଂରକ୍ଷିତ ଦ୍ଵିତୀୟ ବାହିନୀ ର ଦୁର୍ଗପତି ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, ଡେପୁଟି କମାଣ୍ଡାଟ ଶ୍ରୀ ବିଭୁ ପ୍ରସାଦ ଉଦଗାତା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌରାଧ୍ୟକ୍ଷ ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ଗୁଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲି ଶବର, ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ବିଜୟ ଗମାଙ୍ଗ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ, ସ୍ୱତନ୍ତ୍ର ଅଧିକାରୀ, ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଶ୍ରୀନିବାସ ଆଚାରି, ସମାଜସେବୀ ଅକ୍ଷୟ ଦାସ, ପୌର ପରିଷଦ ର ସମସ୍ତ କାଉନସିଲର, ଭାରତୀୟ ସଂରକ୍ଷିତ ବାହିନୀ ର ସହକାରୀ କମାଣ୍ଡାଟା ଶ୍ରୀ ବିରଞ୍ଚି ମୁଣ୍ଡଙ୍କ ନେତୃତ୍ୱରେ ୬୦ ରୁ ଅଧିକ ଯବାନ, ଗାନ୍ଧୀ ଅନୁଷ୍ଠାନ ର ୨୦୦ ଛାତ୍ରଛାତ୍ରୀ ନୃତ୍ୟଗୀତ ଦଳ, ଥୟାରମ୍ମ। ମହିଳା ମହାବିଦ୍ୟାଳୟ, ଗୁଣପୁର ମହା ବିଦ୍ୟାଳୟ, ମହର୍ଷି ଗୁରୁକୂଳ, ଗାୟତ୍ରୀ କଲେଜ, ଶାନ୍ତି ନିକେତନ କଲେଜ, ବଂଶଧାରା କଲେଜ, ବାଲାଜୀ ଅନୁଷ୍ଠାନ, ଶତାୟୁ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୌରା ପ୍ରଧାନୀ ଗୁଡା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ନୃତ୍ୟ ଦଳ, ବହୁ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସର୍ବ ସାଧାରଣ ପ୍ରମୁଖ ୫୦୦୦ ରୁ ଅଧିକ ଲୋକ ପରିକ୍ରମାରେ ଅଂଶ ଗ୍ରହଣ କରିଥିଲେ ।

ସେବା ସମାଜ ର ସମ୍ପାଦିକା ରାଜେଶ୍ୱରୀ ଦଳାଇଙ୍କ, ପଦ୍ମପୁର ବ୍ଲକରେ ମଧ୍ୟ ରଥକୁ ବିପୁଳ ଭାବରେ ସ୍ୱାଗତ କରାଯାଇଥିଲା । ଏଥିଲେ ବିଡିଓ ରିନା ପ୍ରଧାନ, ସମିତି ଅଧ୍ୟକ୍ଷା, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜନସାଧାରଣ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ଓ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।WhatsApp Image 2022 09 19 at 5.56.07 PM 1 ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ସେହିପରି ଆଜି ବିଷସମ କଟକ ବ୍ଲକ ର ହାତମୁନିଗୁଡା, ମୁନିଗୁଡା ବ୍ଲକରେ ସକାଳ ୯.୩୦ ଟା ସମୟରେ ସହର ର କମ୍ୟୁନିଟି ହଲରେ ବ୍ଲକ ଅଧିକାରୀ, ଜନପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରି ରଥକୁ ଭବ୍ୟସ୍ୱାଗତ କରିଥିଲେ । ସେଠାରୁ ସଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରାଯାଇ ତ୍ରିରଙ୍ଗା ପରିକ୍ରମା କରାଯାଇଥିଲା । ଏଥିରେ ବିଡିଓ, ଦିଲ୍ଲୀପ କୁମାର ବେହେରା, ସମିତି ଅଧ୍ୟକ୍ଷା ଦୁଖୁନି ନୁଣ୍ଡରୁକା, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡରୁକା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସେଠାରେ ଭିଡ ମାଧ୍ୟମରେ ସିନେମା ପ୍ରଦର୍ଶନ କରାଯାଇଥିଲା । ସେହିପରି ବଡ ଦହିଖାଲ ଠାରେ ଅପରାହ୍ନ ୧.୦୦ ଘଟିକା ସମୟରେ ଆନୁରୂପ ଭାବରେ ଗ୍ରାମ ଶୋଭାଯାତ୍ରା, ତ୍ରିରଙ୍ଗା ଯାତ୍ରା ର ପରିକ୍ରମା କାଯାଇଥିଲା ଓ କୁନି ଶିଶୁ କଳାକାର ମାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

ସେହିପରି ଆପରାହ୍ଣ ୩.୦୦ ଘଟିକା ସମୟରେ ଆମ୍ବଦଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ରଥକୁ ଭବ୍ୟ ସ୍ୱାଗତ ସ୍ୱାଗତ କରାଯାଇଥିଲା । ଏଥିରେ ଆମ୍ବାଦଳା ର ଜନସାଧାରଣ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ଵ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ପ୍ରାୟ ୫୦୦୦ ଜନସମାଗମ ହୋଇଥିଲେ । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସହିଦ ଲକ୍ଷ୍ମଣ ନାୟକଙ୍କ ସିନେମା ଓ ମହାତ୍ମା ଗାନ୍ଧୀଙ୍କ ସିନେମା ପ୍ରଦର୍ଶନ କରାଯାଇଥିଲା । ଏହାପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ ପରିବେଷଣ କରାଯାଇଥିଲା ।