ଜିଲ୍ଲା ପାଇଁ ୫ ଗୋଟି ଆମ୍ବୁଲାନ୍ସ ଯୋଗେଇବାକୁ ଅଣ୍ଟା ଭିଡ଼ିଛନ୍ତି ସୁଧିର ଦାସ

0
105
ଜିଲ୍ଲା ପାଇଁ ୫

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଦୃର୍ଗି ଗ୍ରାମ ନିବାସୀ ସୁଧିର ଦାଶ ତାଙ୍କ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ତାଙ୍କ କାର୍ଯ୍ୟକ୍ରମକୁ ନେଇ ଅତି ଉତ୍ତମ ଭାବରେ ଜନତା ପରିଚିତ । ସେ ଜିଲ୍ଲା ପାଇଁ ୫ ଗୋଟି ଆମ୍ବୁଲାନ୍ସ ଯୋଗେଇବାକୁ ଅଣ୍ଟା ଭିଡ଼ିଛନ୍ତି ।

ତାଙ୍କ କାର୍ଯ୍ୟ ଶୈଳୀ କୌଣସି ଦଳ ମତ ସର୍ବିଶେଷରେ ସମସ୍ତ ଙ୍କ ଦୁଃଖ ସୁଖରେ ନିଜକୁ ସମର୍ପଣ କରି ଆସୁଛନ୍ତି । ମାନବିକତାର ଉଦାହରଣ ଦେଇଆସିଛନ୍ତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର କୁମାର ଦାଶ । ଲୋକଙ୍କ ସୁଖ, ଦୁଃଖରେ ଭାଗିଦାରୀ ହେଇ ନିରବଚ୍ଛିନ୍ନ ଭାବେ ନିଜକୁ ଲୋକଙ୍କ ସେବାରେ ଜଡ଼ିତ କରି ନିଜର ଉଦାର ହୃଦୟ ର ପରିଚୟ ଦେଇଆସିଛନ୍ତି ସଭିଙ୍କ ପ୍ରିୟ ସୁଧୀର ଭାଇନା । ବିଗତ ଦିନରେ କୋଭିଡ ସମୟରେ ମଙ୍ଗ ଧରି ୨୬ ଲକ୍ଷ ଟଙ୍କା ଦୁଇଟି ନିର୍ବାଚନ ମଣ୍ଡଳୀରୁ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦେଇଥିବା ଶ୍ରୀ ଦାଶ ମହୋଦୟ ଆଜି ନିଜସ୍ୱ ଉଦ୍ୟମରେ ଜିଲ୍ଲା ପାଇଁ ୫ ଗୋଟି ଆମ୍ବୁଲାନ୍ସ ଯୋଗେଇବାକୁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟ ର ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହାର ଉଦ୍ଘାଟନ କରାଯିବ । ନିଶୁଳ୍କ ସେବା ପାଇବା ସହ ଲୋକ ଜିଲ୍ଲା ଭିତରେ ତଥା ଜିଲ୍ଲା ବାହାରେ ମଧ୍ୟ ଚିକିତ୍ସା ପାଇପାରିବେ । ଏଭଳି ଲୋକଙ୍କ ନେତାଙ୍କୁ ହୃଦୟରୁ ସାଧୁବାଦ ।