ଦିନ ଗୋଟାଏରେ ସ୍କୁଲରେ ତାଲା, ବର୍ଷାରେ ଭିଜି ପଥର ଫଟାଉଛନ୍ତି ଛାତ୍ରଛାତ୍ରୀ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୬/୦୯): କାଶୀପୁର ବ୍ଲକ ସୂଂଗେର ପଂଚାୟତର ଲଡାଖମନ ସ୍କୁଲରେ ଏଭଳି ଏକ ଶିକ୍ଷା ବିଭାଗ ପ୍ରତି ଲଜ୍ଜା ଏବଂ ସମସ୍ତ ଅମାନବିକତା ଗୁଣ ପାର କରିଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ଯେ ଲଡାଖମନ ସ୍କୁଲରେ ପ୍ରାୟ ୩୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଆଜି ଏହି ବିଦ୍ୟାଳୟ ଦିନ ଗୋଟାଏ ରେ ତାଲା ପଡିଥିବା ଦେଖିବାକୁ ମିଳିଛି |

ଏହି ପରିପ୍ରେକ୍ଷୀରେ ସେହି ଗ୍ରାମର ସୀଲଣ୍ଡ୍ରି ଗୌଡ଼ କହିଛନ୍ତି ଯେ ବୋଲି ବିଦ୍ୟାଳୟର ଜଣେ ମାତ୍ର ଶିକ୍ଷକ ଥିବା ବେଳେ ଶିକ୍ଷକ ଜଣକ ବ୍ୟାଙ୍କ କାର୍ଯ୍ୟରେ ଯାଇଥିବା କହି ତାଲା ପକାଇଥିବା କହିଛନ୍ତି | ଏହି ଅବସରରେ ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଯାହାକି ଆମ ସମାଜ ଏବଂ ଶିକ୍ଷା ବିଭାଗ ପ୍ରତି ଆଙ୍ଗୁଳି ଉଠାଇବାକୁ ବାଧ୍ୟ କରିଛି | ସୂଚନା ଥାଉକି ଯେ ସେହି ଲଡାଖମନ ପ୍ରାଥମିକ ବିଦ୍ୟାଳୟର ସୁରେଶ ଗୌଡ଼, ଚନ୍ଦନ ଗୌଡ଼, ସୁନିତା ଗୌଡ଼ ଆଦି ଛାତ୍ରଛାତ୍ରୀ ବର୍ଷାରେ ଓଦା ହୋଇ ପଥରକୁ ହାତୁଡ଼ିରେ ବାଡେଇ ଚିପ୍ସରେ ପରିଣତ କରୁଥିବା ଦେଖିବାକୁ ମିଳିଛି | ଏହି ବିଷୟରେ ଆମେ ସେହି ବିଦ୍ୟାଳୟର ଶିକ୍ଷକ ଶ୍ରୀ କପିଳ ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୋର ଆଜି ବ୍ୟାଙ୍କ କାମ ଥିବାରୁ ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦେଇ ଛୁଟି କରିଦେଇଥିଲି | କିନ୍ତୁ ଆମେ ଯେତେବେଳେ ଛାତ୍ରଛାତ୍ରୀ ମାନେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ସମୟରେ ପଥର ଫଟାଉଥିବା କଥା ପଚାରିବାରୁ ସେ କିଛି କହିନଥିଲେ |

ଏଥିରୁ ଜଣାପଡୁଛି ଦିନକୁ ଦିନ ଦୁନିଆ ଯେତେ ଆଗଉଥିଲେ ମଧ୍ୟ କାଶୀପୁର ଅଂଚଳର ଏହି ଲଡାଖମନର ଛାତ୍ରଛାତ୍ରୀ ଭଳି ଆହୁରି ଅନେକ ଅଂଚଳରେ ମଧ୍ୟ ଏଭଳି ଦରିଦ୍ର ଏବଂ କଷ୍ଟକର ଜୀବନର ନମୁନା ଦେଖିବାକୁ ମିଳୁଛି | ଏହି ଚିତ୍ରରୁ ହିଁ ଜଣାପଡୁଛି କାଶୀପୁରର ଅଂଚଳରେ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ କେତେ ଉନ୍ନତି କରିଛି ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ତାହା ଜଳଜଳ ହୋଇ ଦିଶୁଛି | ଏଥିପ୍ରତି ଶିକ୍ଷା ବିଭାଗ ଓ ଅଭିଭାବକର ସଚେତନତା ହିଁ ମୁଖ୍ୟ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି |

Comments are closed.