ବଦଳୁଛି ପ୍ରଧାନମନ୍ତ୍ରୀ ଆବାସର ରୂପରେଖ, ଦୋକାନଗୃହ ବି ଆବାସରେ ସାମିଲ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୦୬/୦୯): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୮୮ଗ୍ରାମରେ ଦେଖିବାକୁ ମିଳିଛି ଏହି ଭଳି ଏକ ପ୍ରଧାନମନ୍ତ୍ରୀ ଆବାସର ବ୍ୟବସାୟୀକ ଷ୍ଟଲ ରୂପରେ । ଜିଲ୍ଲା ଗଠନର ୨୭ବର୍ଷ ବିତିଯାଇଥିଲେ ମଧ୍ୟ ଗରିବ ଓ ବାସହୀନ ମାନଙ୍କ ପାଇଁ ସରକାରଙ୍କ ପ୍ରଦତ୍ତ ଆବାସ ଯୋଜନା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାହା କିପିରି ବାଟମାରଣା ହେଉଛି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି |

କାଲିମେଳାରୁ ମୋଟୁ ଯିବାରାସ୍ତାରେ ମୁଖ୍ୟ ସଡ଼କରୁ ମାତ୍ର ୫୦ମିଟର ଦୂରତ୍ୱରେ ନିର୍ମିତ ଦୁଇଟି ଷ୍ଟଲର ପାର୍ଶ୍ୱରେ ହିତାଧିକାରୀଙ୍କ ନାମ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି | ସଞ୍ଜୟ ବିଶ୍ୱାସ ପିତା କାଲିପଦ ବିଶ୍ୱାସ ଗ୍ରାମ ଏମ୍ଭି ୮୮ ଜିପି ମାଲଭରମ ବୋଲି ଉଲ୍ଲେଖ ରହିଛି । ଏଭଳି ଏକ ଦୋକାନଗୃହ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେଲା ଏବଂ ସଞ୍ଜୟ ବିଶ୍ୱାସ କିପରି ହିତାଧିକାରୀ ସୂଚୀରେ ସାମିଲ ହେଲେ କେଉଁ ଅଧିକାରୀ ଏହି ଆବାସର ତଦାରଖ କରୁଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ବର୍ଷ ବର୍ଷ ଧରି ଗରିବ ବ୍ୟକ୍ତି ମାନେ ଆବାସ ଯୋଜନାରେ
ନିଜ ନାମକୁ ସାମିଲ କରିବା ପାଇଁ ୱାର୍ଡ ମେମ୍ବର,ସରପଞ୍ଚ,ଗ୍ରାମପଞ୍ଚାୟତ ଅଧିକାରୀ,ବିଡ଼ିଓ ନିକଟକୁ ବାରମ୍ବାର ଧାଉଁ ଥିଲେ ମଧ୍ୟ ତାଳପତ୍ର କୁଡ଼ିଆ ଓ ଦରଭଙ୍ଗା ଚାଳଘରେ ଜୀବନବିତି ଯାଉଛି ।

କିନ୍ତୁ ଅପରପକ୍ଷେ ଧନୀକ ତଥା ଚଲାକବ୍ୟକ୍ତି ମାନେ ଆବାସ ଯୋଜନା ହାତେଇ ନେଉଥିବା କ୍ଷୋଭର ବିଷୟ ପାଲଟିଛି । ଏହି ମାମଲାକୁ ନେଇ ମାନବାଧିକାର କର୍ମୀ କାଲିମେଳା ବିଡ଼ିଓ ଓ ଗ୍ରାମଉନ୍ନୟନ ବିଭାଗ ନିକଟରେ ଏହା ସଠିକ ତଦନ୍ତ କରିବା ଓ ଏଥିରେ ସମ୍ପକୃ ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଦରଖାସ୍ତ ମଧ୍ୟରେ ଅଭିଯୋଗ କରିଛନ୍ତି | କଣ ତଦନ୍ତ ହୋଉଛି ତାହା ଦେଖିବାକୁ ବାକି ରହିଲା ।

Comments are closed.