ଜାତୀୟ ପୃଷ୍ଟିକର ସପ୍ତାହ ପାଳନ

ରିପୋର୍ଟ: ଜଗନ କୁମାର ସେଠୀ
ବେଗୁନିଆପଡା,ଗଂଜାମ(୦୬/୦୯): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ I.C.D.S ଅନ୍ତର୍ଗତ କୋଦଳା ଏନ୍.ଏ.ସିର ସ୍ଵର୍ଣ୍ଣମୟୀ ହାଇସ୍କୁଲ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ପୃଷ୍ଟିକର ସପ୍ତାହ ପାଳନ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତୀ ରିତାରାଣୀ ମିଶ୍ର, ରେଞ୍ଜର ବଙ୍ଗଳା ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତୀ କୁସୁମ କୁମାରୀ ମିଶ୍ର, ହରିଜନ ସାହିର କର୍ମୀ ଶ୍ରୀମତୀ ରନିତା ବେହେରା, ଶ୍ରୀମତୀ ରଶ୍ମିତା ପଣ୍ଡା, ଗୋଲା ସାହିର କର୍ମୀ ଶ୍ରୀମତୀ ରଶ୍ମିତା ବେହେରା, ଭାଇଗା ସାହିର କର୍ମୀ ଶ୍ରୀମତୀ ରୀତା ପଣ୍ଡାଙ୍କ ସମେତ ସମସ୍ତ ସହାୟିକା ଓ କେନ୍ଦ୍ର ଅଞ୍ଚଳର ଗର୍ଭବତୀ ଓ ପ୍ରସୂତି ମା ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ | କର୍ମୀମାନେ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ,ସ୍ତନ୍ୟପାନ, ଶିଶୁର ଯତ୍ନ,କିଶୋରୀ ବାଳିକା ମାନଙ୍କର ଯତ୍ନ ବିଷୟରେ ବୁଝାଇଥିଲେ |

Comments are closed.