Advertisements
Thursday, July 2, 2020
Home Death Case ହେଟା ବାଘର ସନ୍ଧେହ ଜନକ ମୃତ୍ୟୁ

ହେଟା ବାଘର ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ:ନୟମି ଖରା
ପଡିଆ(୦୬/୦୯): କାଲିମେଳା ପଡିଆ ମୁଖ୍ୟ ରାସ୍ତାରେ ପୂଶୁଗୁଡ଼ା ଠାରେ ଏକ ହେଟା ବାଘ ଅଚେତ ଅବସ୍ଥାରେ ଥିବା ସମୟରେ ବନ ବିଭାଗ ଖବର ପାଇଁ ବାଘକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛି |

ବିବରଣୀରୁ ପ୍ରକାଶ ଯେ ପୂଶୁଗୁଡ଼ା ଗ୍ରାମବାସୀ ଏକ ଅଣ୍ଡିରା ହେଟା ବାଘ ଛଟପଟ ହେଉଥିବାର ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ବାଘକୁ ଉଦ୍ଧାର କରି କାଲିମେଳାସ୍ଥ ପଶୁ ଡାକ୍ତରଖାନା ଖାନାକୁ ନେଇଥିଲେ କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ମଧ୍ୟ୍ୟ କିଛି ଉନ୍ନତି ନ ହେବାରୁ ବାଘକୁ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟାନ କର୍ମଚାରୀ ମିଳିତ ଭାବେ ଏକ ଅଟୋ ମାଧ୍ୟମରେ ବାଘକୁ ମାଲକାନଗିରିସ୍ଥ ଜ଼ିଲ୍ଲା ପଶୁ ଚିକିତ୍ସାଳୟକୁ ନେଇଥିଲେ |

କିନ୍ତୁ ଡାକ୍ତରଙ୍କ ଚେଷ୍ଟା ସତ୍ୱେ ବାଘଟି ମୃତ୍ୟୁ ବରଣ କରିଥିଲା | କୌଣସି ଏକ ଅଜଣା ଗାଡି ବାଘକୁ ଧକ୍କା ଦେଇ ଚାଲି ଯାଇଥିବା ସନ୍ଧେହ କରାଯାଉଛି | ଏହି ମୃତ ହେଟା ବାଘର ବୟସ ପ୍ରାୟ ୮ରୁ ୧୦ବର୍ଷ ହେବାର ସୂଚନା ମିଳିଛି | ବନ ବିଭାଗ ତରଫରୁ ଘଟଣାର ତଦନ୍ତ ଜାରି ରହିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: