Thursday, March 28, 2024

Top 5 This Week

Related Posts

ଶାଳ କାଠ ସହ ଗାଡି ଜବତ : ୨ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ନିକଟରେ ଗତକାଲି ରାତି ବିନିକା ବନ ବିଭାଗ ଗୋଟିଏ ଶାଳ କାଠ ବୋଝେଇ ପିକଅପ ଗାଡି କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି ।WhatsApp Image 2022 09 19 at 11.44.26 AM ଶାଳ କାଠ ସହ ଗାଡି ଜବତ : ୨ ଗିରଫ

ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ଝାରପାଲି ଗ୍ରାମ ର ରାଜୀବ ମହାନନ୍ଦ (୨୧) ଏବଂ ତାଙ୍କ ସହଯୋଗୀ ବିନିକା ଥାନା ମଣିଗାଁ ଗ୍ରାମ ର ରାଜକୁମାର ବିଭାର (୩୫) । ସୂଚନା ଅନୁସାରେ ଗତକାଲି ରାତିରେ ମହାନଦୀ ଆର ପଟରୁ ଶାଳ କାଠ ଚୋରା ଚାଲାଣ ହେଉଥିବା ବିନିକା ବନ ବିଭାଗ ଖବର ପାଇଥିଲା । ତେବେ ମହାନଦୀ ବ୍ରିଜ ନିକଟରେ ବନ ବିଭାଗ ଛପି ରହିଥିବା ବେଳେ ଠିକ ସେହି ସମୟରେ ଏକ ପିକଅପ ରେ ଉକ୍ତ ଦ୍ୱୟ ଅଭିଯୁକ୍ତ ୨୩ଟି ଶାଳ କାଠ ଗଣ୍ଡି ନେଇକି ଆସୁଥିଲେ । ତାଙ୍କୁ ଅଟକାଇବା ସହିତ କାଠ ଓ ଗାଡି କୁ ଜବତ କରି ବିନିକା ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ । ଏକ ମାମଲା ରୁଜ୍ଜୁ କରି ସେମାନ ଙ୍କୁ ଗିରଫ କରିବା ସହିତ ବିନିକା କୋର୍ଟ କୁ ଚାଲାଣ କରାଯାଇଛି ।

ଜବତ କାଠ ର ଆନୁମାନିକ ମୂଲ୍ୟ ୬୦ ହଜାର ରୁ ଅଧିକ ହେବ ବୋଲି ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ବିନିକା ବନବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ, ବିନିକା ଫରେଷ୍ଟର ଜନାର୍ଦ୍ଧନ ସ୍ୱାଇଁ, ଫୋରେଷ୍ଟ ଗାର୍ଡ ରାମଶଙ୍କର ମେହେର ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Popular Articles