ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା, ସିଡିପିଓଙ୍କୁ ବଦଳି କରିବାକୁ ଦାବି

ରିପୋର୍ଟ: ମାଧବ ସାହୁ
ଡୁଡୁକା, ଆଗଲପୁର(୦୬/୦୯): ଆଜି ଆଗଲପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ସେମାନେ ସ୍ଥାନୀୟ ସିଡିପିଓଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଭିତ୍ତିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

ତାଙ୍କର ଅଭଯୋଗ ଗୁଡିକ ଥିଲା ଯେ ସ୍ଥାନୀୟ ସିଡିପିଓ ଜ୍ୟୋତିର୍ମୟୀ ନାଏକ ମାନସିକ ଅତ୍ୟାଚାର କରିବା ସହ କେନ୍ଦ୍ର ପରିଦର୍ଶନ ରେ ଯିବା ସମୟରେ ଅଙ୍ଗନବାଡି କର୍ମୀଙ୍କ ଭୁଲ ଥିଲେ କି ନ ଥିଲେ ବି ଗୋଟିଏ ମାସର ଦରମା ବନ୍ଦ କରିଦେବା ମୁଖ୍ୟ ପ୍ରସଙ୍ଗ ଥିଲା | ସିଡିପିଓ ନାଏକ ପ୍ରତ୍ୟେକ କଥାରେ ପିଠିରେ ମାରିବି ନାହିଁ ପେଟରେ ମାରିବି ବୋଲି କହୁଥିବା କର୍ମୀମାନେ ଅଭିଯୋଗ କରୁଛନ୍ତି | ବିଭିନ୍ନ ଅଭିଯୋଗ ପାଇଁ ସେ ଅନେକ ଅଙ୍ଗନବାଡି କର୍ମୀଙ୍କ ସପ୍ତାହର ଦରମା ବନ୍ଦ କରିଦେଇଥିବା କହିଛନ୍ତି | ଏପରି ଭାବେ ସ୍ଥାନୀୟ ସିଡିପିଓ ନାଏକଙ୍କ ଅନ୍ୟତ୍ର ବଦଳି ଦାବି କରିବା ସହ ନୂତନ ସିଡିପିଓଙ୍କୁ ଆଗଲପୁରକୁ ଆଣିବା ପାଇଁ ଜିଦ ଧରିଛନ୍ତି ସମସ୍ତ ଅଙ୍ଗନବାଡି କର୍ମୀ | ଏ ବାବଦରେ ସିଡିପିଓଙ୍କ ମତାମତ ନିଆଯିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଦେଇଥିଲେ |

Comments are closed.