ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ସହ ୧୦ଜଣ ଗିରଫ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୦୬/୦୯): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରୁ ୭କିମି ଦୂର ବାକିଙ୍ଗିଆ ଗ୍ରାମର ଶିବାନୀ ପ୍ରଧାନକୁ ରାଇକିଆ ପୋଲିସ ଗିରଫ କରିଛି | ତା ସହ ଗାଁ କମିଟିର ୧୦ଜଣଙ୍କୁ ଗିରଫ କରିଛି ପୋଲିସ |

ପ୍ରାପ୍ତ ସୂଚନା ଅନୁସାରେ ଗତ ୨୭ତାରିଖ ଦିନ ରାଇକିଆ ବ୍ଲକ ଅନ୍ତର୍ଗତ ବାକିଙ୍ଗିଆ ଗାଁରେ ଘଟିଥିଲା ଏକ ଦୁଷ୍କର୍ମ ଘଟଣା | ସ୍ଥାନୀୟ ସ୍କୁଲ୍ରେ ୭ମ ଶ୍ରେଣୀ ପାଠପଢୁଥିବା ଛାତ୍ରୀ ଜଣକ ଘରେ ଏକ ଥିବାବେଳେ ଶିବାନୀ ପ୍ରଧାନ ଦୁଷ୍କର୍ମ କରିଥିଲେ | ଏହାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା | ଗ୍ରାମ ରେ ଏକ ବୈଠକ ବସିଥିଲା ଓ ଶିବାନୀ ପ୍ରଧାନକୁ ୫୦ହଜାର ଜୋରିମାନା କରାଯାଇଥିଲା | ଏହିଘଟଣା ନେଇ ନାବାଳିକାଙ୍କ ମା ଅଭିଯୋଗ କରିଥିଲେ | ପୋଲିସ ୫୮/୧୯ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ | ତଦନ୍ତ ବେଳେ ଶିବାନୀ ପ୍ରଧାନକୁ ଗିରଫ ସହ ଗାଁ କମିଟିର ସଦସ୍ୟଙ୍କୁ ଘଟଣା ଚପାଇବା ପାଇଁ ଗିରଫ କରିଛି | ରାଇକିଆ ଥାନା ଏସଆଇ ବିଜୟ ସିଂ ସୂଚନା ଦେଇଛନ୍ତି |

Comments are closed.