Thursday, October 29, 2020
Home Education & Literacy ବୈପାରୀଗୁଡା ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ, ଅବସର ପ୍ରାପ୍ତ ୧୧ଶିକ୍ଷକଙ୍କୁ ସମ୍ମାନିତି

ବୈପାରୀଗୁଡା ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ, ଅବସର ପ୍ରାପ୍ତ ୧୧ଶିକ୍ଷକଙ୍କୁ ସମ୍ମାନିତି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା (୦୬/୦୯/୨୦୧୯): ବୈପାରୀଗୁଡା ବ୍ଲକ ପରିସରରେ ଥିବା ମିଶନଶକ୍ତି ସଭାଗୃହରେ ଗତକାଲି ବୈପାରୀଗୁଡା ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁଦିବସ ପାଳିତ ହୋଇଯାଇଛି | ଶିକ୍ଷକ ସଙ୍ଘର ସଭାପତି ଶରତ ଚନ୍ଦ୍ର ରାଉତଙ୍କ ଅଧକ୍ଷତାରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ସ୍ଥାନୀୟ ବ୍ଲକ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗ ଦେଇ ଗୁରୁଦିବସର ତାତ୍ପର୍ଯ୍ୟ ବିଷୟରେ ଭାଷଣ ଦଇଥିଲେ |

ସମ୍ମାନୀୟ ଅଥିତି ମଧ୍ୟରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଜନୀକାନ୍ତ ଦାଶ, ଉପାଧ୍ୟକ୍ଷ ଟିଲୋଚନ ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ କନକ ମଞ୍ଜୁରୀ ଭତ୍ରା ଯୋଗଦେଇଥିଲେ | ଉପସ୍ଥିତ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମାଜରେ ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ବୁଝାଇଥିଲେ | ଏହି ଅବସରେ ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟ୍ୟରୁ ପ୍ରଭାତୀ ପ୍ରଧାନ, ମହେଶ୍ଵେର ଡାକୁଆ, କୃଷ୍ଣ ଚନ୍ଦ୍ର ପତ୍ର, ବଂଶୀଧର ରାଉତ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଲଷ୍ମୀଧର ଦାଶ, ଅକ୍ଷୟ କୁମାର ପତି, ଲାଲମୋହନ ମିଶ୍ର, ମକରଦ୍ୱଜ ହରିଜନ, ତ୍ରିନାଥ ପୂଜାରୀ, ଜଗନ୍ନାଥ ଦାସଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯଇଥିଲା | ସ୍ବର୍ଗତ ବେଣୁଧର ବିଶ୍ୱାଳଙ୍କ ପରିବାରକୁ ମାନପତ୍ର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସଂଘର ସମ୍ପlଦକ ପତି କାଣ୍ଡିକି ଓ କୋଷାଧ୍ୟକ୍ଷ କିଶୋର ମିଶ୍ରଙ୍କ ସହ ସମସ୍ତ ସଭ୍ୟ ସହଯୋଗ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: