Friday, March 29, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ାଉ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୯/୯) : ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂ ଙ୍କ କଡ଼ା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଙ୍କ ନିର୍ଦ୍ଦେଶକ୍ରମେ ଜୋରଦାର ଚଢ଼ାଉ କରାଯାଉଛି ।WhatsApp Image 2022 09 19 at 6.57.04 AM ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ାଉ

ଅବକାରୀ ଅଧିକ୍ଷକ ରାୟଗଡ଼ା ଶ୍ରୀ ଅଭିରାମ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁଡ଼ାରୀ, ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡା ଲୋହାର ଏବଂ ତାଙ୍କ ଅଧିନସ୍ଥ କର୍ମଚାରୀ ୧୮/୯/୨୨ ତାରିଖ ଦିନ ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ବେଳେ ୪୪.୦ କେଜି ଗଞ୍ଜେଇ ସହ ଡେମା ଶବର ନାମକ ଅଭିଯୁକ୍ତଙ୍କୁ ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ଗିରଫ କରିଥିଲେ । ସେହି ଅଭିଯୁକ୍ତ ଜଣକ ଅଡବା ଥାନା ର ତଳ ଡାକରପଙ୍ଗା ଗ୍ରାମ ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଟିଏ ଦିନରେ ୯ ଗୋଟି ମାମଲା ରୁଜ୍ଜୁ କରାଯାଇ ୬ ଜଣକୁ ଗିରଫ କରାଯାଇଛି । ଉକ୍ତ ଧରପଗଡରେ ୪୪ କେଜି ଗଞ୍ଜେଇ ସହ ୪୧୦ ଲିଟର ଦେଶୀ ମଦ, ୪୪୩୦ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବନ୍ଧକରଞ୍ଜା ଗ୍ରାମର ଦୟା କୌଶଲ୍ୟା, ଶେସଖାଲ ଥାନା ଅନ୍ତର୍ଗତ ମାଣ୍ଡାଙ୍ଗିଗୁଡା ଗ୍ରାମର ତାଡିଙ୍ଗି ବାଲାଜୀ, ମିରାବାଲି ଗ୍ରାମର ଆନନ୍ଦ ରତ୍ନାଲୁ ।WhatsApp Image 2022 09 19 at 6.57.03 AM ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ାଉ

ପ୍ରକାଶଯୋଗ୍ୟ ଯେ, ୧୮/୯/୨୦୨୨ ରେ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଦ୍ୱାରା ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ମୂଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କେଶବ ପାଡାଲ / ମାଝୀ କୁ ରୁପକଣା ଛକ ଠାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ମାମଲା ର ତଦନ୍ତ ଜାରି ରହିଛି । ଆଗାମୀ ଦିନରେ ଏହି କେସରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି । ତେବେ ରାୟଗଡ଼ା ଅବକାରୀ ବିଭାଗ ର ଏପରି ଆକ୍ସନ ମୁଡ ଯୋଗୁଁ ଜହର ବେପାରୀଙ୍କ ମନରେ ଛନକା ପଶିଯାଇଛି ।

Popular Articles