Friday, March 29, 2024

Top 5 This Week

Related Posts

ଡି.ପି. କେମ୍ପ ବ୍ରିଜ ଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ଥେରୁବାଲି, ତା (୧୮/୦୯) : ସ୍ୱାଧୀନତା ର ଗୌରବଶାଳୀ ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ କରକମଲରେ ଉଦ୍ଘାଟିତ ଅହିଂସା ରଥ ର ରାଜ୍ୟବ୍ୟାପୀ ପରିକ୍ରମା ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ର ଥେରୁବାଲି ଡି.ପି. କେମ୍ପ ବ୍ରିଜ ଠାରେ ଥେରୁବାଲି ଅଞ୍ଚଳବାସୀ, ପଞ୍ଚାୟତରାଜ୍ ପ୍ରତିନିଧି ଓ ଇମ୍ଫା ଦ୍ୱାରା ଅହିଂସା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଡି. ପି. କେମ୍ପ ବ୍ରିଜ ଠାରେ ସରପଞ୍ଚ ଓ ସମସ୍ତ ପଞ୍ଚାୟତରାଜ୍ ପ୍ରତିନିଧି ମାନେ ହଜାର ହଜାର ମହିଳା ଙ୍କ ହୁଳହୁଳି ଧ୍ଵନିରେ ଅହିଂସା ରଥ କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରେଲିପଦର ଓ ପୁଜାରିଗୁଡା ସଂକୀର୍ତ୍ତନ ମଣ୍ଡଳୀ, ଦେଓପୁର ଓ ରେଲିପଦର ଆଦିବାସୀ ନୃତ୍ୟଦଳ, ଖେଡାପଡା, ବାଦ୍ୟ ମଣ୍ଡଳୀ , ଥେରୁବାଲି ମଟର ଚାଳକ ସଂଘ, ସରକାରୀ ଇମ୍ଫା ଉଚ୍ଚ ବିଦ୍ୟାଳୟ, ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଲିପୁଟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡ଼ି.ପି.କେମ୍ପ, ସେଂଚୁରିଆନ ପୁବ୍ଲିକ ସ୍କୁଲ, ଚିଲଡ୍ରେନ ପାରାଡାଇଜ ସ୍କୁଲ , ସରସ୍ୱତୀ ଶିଶୁ ମନ୍ଦିର, ସରକାରୀ ଆଶ୍ରମ ସ୍କୁଲ ଥେରୁବାଲି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥେରୁବାଲି ର ଛାତ୍ରଛାତ୍ରୀ ମାନେ ୫୦ ମିଟର ଲମ୍ବା ଜାତୀୟ ପତାକା, ହାତରେ ତ୍ରିରଙ୍ଗା ଧରି ଡ୍ରମ ବିଟ ର ତଳେତାଳେ, ମୃଦଙ୍ଗର ଝଙ୍କ।ରରେ, ଚାଙ୍ଗୁର ମଧୁର ମୁର୍ଚ୍ଚନାରେ ଏକ ବିରାଟ ଶୋଭାଯାତ୍ରାରେ ଡି.ପି.କେମ୍ପ ଛକରେ ପହଞ୍ଚିଥିଲେ ।

ସେଠାରେ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ର କର୍ମକର୍ତ୍ତା ଅହିଂସା ରଥ କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଅଙ୍ଗନବଡୀ କର୍ମୀ, ସହାୟିକା, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ, ବରିଷ୍ଠ ନାଗରିକ ବୃନ୍ଦ ଅହିଂସା ରଥକୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ ।

ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀମାନ ଭୀମସେନ ଶବର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସେ ପ୍ରଦୀପ ପ୍ରଜ୍ୱଳନ କରି ଅହିଂସା ରଥରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଇମ୍ଫା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ ଅହିଂସା ରଥରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଥେରୁବାଲି ଅଞ୍ଚଳ ର ବରିଷ୍ଠ ନାଗରିକ ବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିର୍ଣ୍ଣ ପ୍ରକାର ନୃତ୍ୟଗୀତ ର ପ୍ରଦର୍ଶନ ହୋଇଥିଲା ।

ଶେଷରେ ଅହିଂସା ରଥ ଦ୍ୱାରା ବିଭିର୍ଣ୍ଣ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ସଂଗ୍ରାମ ର ଇତିହାସ ଉପରେ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା । ଅହିଂସା ରଥ କୁ ମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ବିଦାୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଇମ୍ଫା ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଓ ପଲ୍ଲୀ ବିକାଶ ଚାଲଡ଼ ଲାଇନ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ପରିଚାଳନା କରିଥିଲେ ।

Popular Articles