Advertisements
Tuesday, July 7, 2020
Home Education & Literacy ମଧ୍ୟାହ୍ନ ଭୋଜନ ସହାୟିକାଙ୍କୁ ହଇରାଣ ହରକତ କରୁଛନ୍ତି ପ୍ରଧାନ ଶିକ୍ଷକ

ମଧ୍ୟାହ୍ନ ଭୋଜନ ସହାୟିକାଙ୍କୁ ହଇରାଣ ହରକତ କରୁଛନ୍ତି ପ୍ରଧାନ ଶିକ୍ଷକ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର (୦୫/୦୯): କାଶୀପୁର ବ୍ଲକ ଅଡାଯୋର ପଂଚାୟତ ପରଲଙ୍ଗ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅମାନୁଷିକ ଘଟଣା ଘଟିଥିବା ସୂଚନା ମିଳିଛି | ଯାହାକି ସମାଜ ଏବଂ ସରକାରୀ ନିୟମର ପୂର୍ଣ୍ଣ ଭାବେ ଉଲଂଘନ ହୋଇଛି |

ସୂଚନା ଥାଉକି ଯେ ଏହି ବିଦ୍ୟାଳୟର ଆରମ୍ଭରୁ ଅନୁଶୁୟା ସିଂ ସେହି ସ୍କୁଲରେ ମଧ୍ୟାହ୍ନ ଭୋଜନ ସହାୟିକା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କୁ ବାହାର କରିଦିଆଯାଇଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ସିଂ କହିଥିବା ଶ୍ରୀମତୀ ଅନୁଶୁୟା ସିଂ କହିଛନ୍ତି | ଉକ୍ତ ମଧ୍ୟାହ୍ନ ଭୋଜନ ସହାୟିକା ଶିକ୍ଷିତା ଥିବାବେଳେ ମଧ୍ୟ ତାଙ୍କୁ ଏଭଳି ପ୍ରତାରଣା କରିଥିବାର ସେ ଆଜି କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଆସିଥିଲେ କିନ୍ତୁ ତାଙ୍କ କାର୍ଯ୍ୟାଳୟରେ ନ ପାଇଁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସ୍କୁଲ କମିଟି ବିନା ଅନୁମତିରେ ଏଭଳି ହୋଇପାରିବ | ଏବଂ ସେହି ୱାର୍ଡର ୱାର୍ଡ ମେମ୍ବର ଶ୍ରୀ ଧାନ ସିଂ ମାଝୀ କହିଛନ୍ତି ଯେ ମୁ ମଧ୍ୟ ଏ ବିଷୟରେ ଅବଗତ ନାହିଁ | ଏହାର ମୁଖ୍ୟ କାରଣ ହେଉଛି ଯୋଗେନ୍ଦ୍ର ସିଂ ତାଙ୍କର କୌଣସି ଝିଆରୀଙ୍କୁ ରଖିବା ପାଇଁ ଏଭଳି କାର୍ସାଦି କରୁଥିବା ଅନୁଶୁୟା ସିଂ ଅଭିଯୋଗ କରିଛନ୍ତି | ଏ ଯାବତ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ସହ ଯୋଗାଯୋଗ ହୋଇପାରିନଥିବା ଯୋଗୁଁ ତାଙ୍କ ମତାମତ ମିଳିପାରିନାହିଁ | ଶିକ୍ଷା ବିଭାଗ ଏହାର ତଦନ୍ତ କରି ଉଚିତ ବ୍ୟକ୍ତିଙ୍କ ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟାହ୍ନ ଭୋଜନ ସହାୟିକା ନିବେଦନ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: