ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା. (୧୮/୯) : ରାୟଗଡ଼ା ଜିଲ୍ଲାରେ ଅହିଂସା ରଥକୁ ବିପୁଳ ସ୍ଵାଗତ କରାଯାଇଛି l ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା l
ରାୟଗଡ଼ା ଜିଲ୍ଲାରେ ଅହିଂସା ରଥକୁ ବିପୁଳ ସ୍ଵାଗତ କରାଯାଇଛି l ଜିଲ୍ଲାକୁ ଦୁଇଟି ଅହିଂସା ରଥ କୋରାପୁଟ ଦେଇ ଗତକାଲି ସକାଳେ ରାୟଗଡ଼ା ବ୍ଲକ ର କୁଟୁଲି ଠାରେ ପ୍ରବେଶ କରିଥିଲା l ଏଥିରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ଆଇନ ବିଭାଗ, ଓଡ଼ିଶା ଯୋଗଦେଇ ସ୍ୱାଗତ କରିଥିଲେ l ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଧର୍ମାନନ୍ଦ ବେହେରା ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଅତିରକ୍ତ ବିଡିଓ କାଳୁଚରଣ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l
ଏହି ସ୍ୱାଗତ କାର୍ଯ୍ୟକ୍ରମରେ ସ୍ଥାନୀୟ ସଂସ୍କୃତିକ ଦଳ, ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଯୋଗଦାନ କରି ରଥକୁ ସ୍ୱାଗତ କରିଥିଲେ l ଏହାପରେ ବ୍ଲକ ର କୁମ୍ଭୀକଟା, ଗୁମ୍ମା ଓ କେରଡ଼ାରେ ଆକର୍ଷଣୀୟ ଭାବରେ ସ୍ୱାଗତ କରିଥିଲେ l ଏହି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୀବନୀ ଉପରେ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା l ସେହିପରି ପୌର ପରିଷଦ ତରଫରୁ ରାୟଗଡ଼ ସହରରେ ଅପରାହ୍ନ ୨.୩୦ ଘଟିକା ସମୟରେ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା l
ଏଥିରେ ନଗରପାଳ ପି. ମହେଶ ପଟ୍ଟନାୟକ, ଉପନଗରପାଳ ଶୁଭ୍ରା ପଣ୍ଡା, ଶିକ୍ଷାବିତ ଦୁଷ୍ମନ୍ତ ମହାନ୍ତି, ପୌର ପରିଷଦ ର ପରିଷଦ ମାନେ, ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଯୋଗଦାନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ l ସେହିପରି ଆଉ ଗୋଟିଏ ରଥ ରାଫ କଣା ଦେଇ କାଶୀପୁର ବ୍ଲକ ଅଭିମୁଖେ ବାହାରିଥିଲା ଏବଂ କାଶୀପୁର ବ୍ଲକ ର ଟିକିରୀ, କାଶୀପୁର, ମଣ୍ଡିବିଶି ରୁ ଶିକରପାଇ, କେ. ସିଂପୁରରେ ସ୍ଵାଗତ କରାଯାଇଥିଲା l ଟିକିରିରେ ଉତ୍କଳ ଆଲୁମିନା ର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଲୋପାମୁଦ୍ରା ପ୍ରିୟଦର୍ଶିନୀ, ତନ୍ମୟ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ସ୍ୱାଗତ କରିଥିଲେ, ସେହିପରି କାଶୀପୁର ବିଡିଓ, ସମିତି ଅଧ୍ୟକ୍ଷ, ଆଦି ସ୍ୱାଗତ କରିଥିଲେ l
କଲ୍ୟାଣସିଂପୁର ବ୍ଲକରେ ବିଡିଓ ତାପସ ଭୋଇ, ଅନ୍ୟାନ୍ୟ ଅଧିକାରୀ, ସାଇତି ଅଧ୍ୟକ୍ଷା ସ୍ୱାଗତ କରିଥିଲେ l ବ୍ଲକ ର ପ୍ରମୁଖ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ର ଅବଦାନ ଓ ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବାର୍ତ୍ତା ନେଇ ଜିଲ୍ଲା ପରିକ୍ରମା କରିଥିଲା l ସେହିପରି ଆଜି ରାୟଗଡ଼ା ଜିଲ୍ଲାରେ ଦ୍ଵିତୀୟ ଦିନରେ ଅହିଂସା ରଥ ତା ୧୮/୦୯/୨୦୧୨ ରିଖ ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ସମିତି ପରିକ୍ରମା କରୁଛି ଅହିଂସା ରଥ ।
ଦୁଇଟି ରଥ ସକାଳୁ ଜେ.କେ. ପୁରରୁ ବାହାରି ଗୋଟିଏ କୋଲନରା ବ୍ଲକ ର ଥେରୁବାଲି, ବିଷମ କଟକ ବ୍ଲକ ର କୁମ୍ଭର ଧମୁଣି, ଦୁର୍ଗୀ ହୋଇ ବିଷମ କଟକ ବ୍ଲକରେ ପହଞ୍ଚିବ ଓ ରାତ୍ର ରହଣି କରିବ ଏବଂ ଅନ୍ୟଟି କୋଲନରା ବ୍ଲକ ର ମୁକୁନ୍ଦପୁର, ରୋବଡ଼ି, ରାମନଗୁଡା ବ୍ଲକ ର ରାମନଗୁଡା, ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକଙ୍କ ସାଧନ ପୀଠ କୁଜେନ୍ଦ୍ରୀ ହୋଇ ଗୁଣପୁରରେ ରାତ୍ର ଯାପନ କରିବ । ୧୯ ତାରିଖ ଦିନ ଗୋଟିଏ ରଥ ଗୁଣପୁର ବ୍ଲକ ର ପୁଟା ସିଂ, ଜଳତାର ହୋଇ ଗୁଣପୁର ସହର ପରିକ୍ରମା କରି ପଦ୍ମପୁର ବ୍ଲକ ଓ ଗୁଡରି ଅଭିମୁଖେ ଯାତ୍ରା କରିବ ଅନ୍ୟଟି ବିଷମ କଟକରୁ ବାହାରି ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଳକର ଡାଙ୍ଗସୋରଡା ଯାଇ ମୁନିଗୁଡା ଠାରେ ରାତ୍ର ରହଣି କରିବ ।
ଅହିଂସା ରଥ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରକ୍ଷେପକ, ଗ୍ରନ୍ଥାଗାରିକ ଗସ୍ତ କରୁଥିବା ବେଳେ କୋଲନରା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, ରାମନଗୁଡା ବ୍ଲକରେ ଗୁଣପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ତହସିଲଦ।ର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ, ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ରାମନଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ।