ଗୁଦେରପାଲି କମ୍ୟୁନିଟି ସେଣ୍ଟର ନିର୍ମାଣ ଦୁର୍ନୀତି, ଭୁଷୁଡିଲା ଛାତ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ରିପୋର୍ଟ: ଜଗବନ୍ଧୁ ସାହୁ
ମେଲଛାମୁଣ୍ଡା,ବରଗଡ଼(୦୨/୦୯): ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଗ୍ରାମର ଟିକିରାପଡା ଠାରେ କମ୍ୟୁନିଟି ସେଣ୍ଟର ନିର୍ମାଣରେ ଦୁର୍ନୀତି ଦେଖାଯାଇଛି । ନିମ୍ନମାନର କାମ ହେତୁ ଛାତ ଭୁଷୁଡି ପଡିଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ରମିକ ମାନେ ।

ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରାଉଥିବା ଦେଖି ଗ୍ରାମବାସୀ ତାହାକୁ ବିରୋଧ କରି ଭଲଭାବରେ କାମ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଠିକାଦାର କାହାରି କଥାକୁ କର୍ଣ୍ଣପାତ ନ କରି ମନଇଚ୍ଛା କାମ କରିଥିଲେ । ଯଦ୍ଦ୍ବାରା କାମ କରାଉଥିବା ସମୟରେ ଛାତ ଭୁଷୁଡି ପଡିଥିବା କହିଛନ୍ତି ଗ୍ରାମବାସୀ । କଥାଟାକୁ ଚପାଇଦେବା ପାଇଁ ପ୍ରୟାସ ହୁଅନ୍ତେ ଗ୍ରାମର ଯୁବକ ମାନେ ତାହା ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏନେଇ ଫୋନ ଯୋଗେ ବିଭାଗୀୟ ଜେ.ଇ. ଙ୍କୁ ବୁଝିବାରୁ ଘଟଣା ସ୍ଥଳ ଦେଖିବା ପରେ ଯାହା କିଛି କହିହେବ ଏବଂ ଏପର୍ଯ୍ୟନ୍ତ ତାହା ବିଲ୍ ହୋଇ ନ ଥିବା ବେଳେ ପୁନଃ ଛାତ ପଡିବା ଖର୍ଚ୍ଚ ଠିକାଦାର ନିଜେ ବହନ କରିବା କଥା କହିଛନ୍ତି । କିନ୍ତୁ ଗ୍ରାମବାସୀ କାନ୍ଥ ନିର୍ମାଣରେ ମଧ୍ୟ ନିମ୍ନମାନର ଇଟା ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏବଂ ଲଗାଯାଇଥିବା ଇଟା ଅଲଗା ଯାଇ ଭଲ ଇଟା ଯୋଡି କାମ କରିବା ପାଇଁ ଦାବୀ କରିଛନ୍ତି । ସମ୍ପୃକ୍ତ ଠିକାଦାରଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରି ନାହିଁ ।

Comments are closed.