ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୩/୦୯): ପଦ୍ମପୁର ଉପଖଣ୍ଡ ଲଖମରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଲଖମରା ନିକଟରେ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ହେତୁ ଓଲଟି ପଡ଼ିଥିଲା ।

କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪/୫ ଜଣଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ,ସ୍କୁଲରେ ଗଣେଶ ପୂଜା ସାରି ଭ୍ୟାନ ଯୋଗେ ଫେରିବା ବେଳକୁ ଦୁର୍ଘଟଣା ଘଟିଥିଲା ।

Comments are closed.